ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି ଆଇଏଏସ୍ ଅଫିସରଙ୍କ ପତ୍ନୀ

କିଛି ଲୋକ ଭାବନ୍ତି ମଣିଷ ଉଚ୍ଚ ପଦବୀ, କ୍ଷମତାରେ ରହିବା ପରେ ଅନ୍ୟମାନଙ୍କ ଦୁଃଖ ପ୍ରତି ନଜର ଦିଏନି । କିନ୍ତୁ ଏ କଥା କିଛି ଲୋକଙ୍କ କ୍ଷେତ୍ରରେ ଭୁଲ ବୋଲି ପ୍ରମାଣିତ ହୋଇଛି । ଅରୁଣାଚଳ ରାଜ୍ୟର ସୁବନ୍ଶିରି ଜିଲ୍ଲାରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଅଭାବ ରହିଥିବାବେଳେ ସେଠାରେ କାର‌୍ୟ୍ୟରତ ଆଇଏଏସ୍ ଅଫିସର୍ ଦାନିଶ ଅସ୍ରଫ୍ଙ୍କ ପତ୍ନୀ ରୁହି ଦାନିଶ ଅସରଫ୍ ତାହାକୁ ନିଜେ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ନିଜେ ହିଁ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପଦାର୍ଥ ବିଜ୍ଞାନ ସମ୍ପର୍କରେ ଶିକ୍ଷାଦାନ କରି ଅଜସ୍ର ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ସେ ଯେଉଁ ପିଲାମାନଙ୍କୁ ପଢ଼ାଉଛନ୍ତି ସେଥିମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ ଶ୍ରେଣୀର । ସୂଚନା ଥାଉ କି ଇଟାନଗରଠାରୁ ଅପର୍ ସୁବନ୍ଶିରି ଜିଲ୍ଲା ଅବସ୍ଥିତ । ଏହି ଜିଲ୍ଲାରେ ଥିବା କଲେଜଗୁଡ଼ିକରେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ ସଂଖ୍ୟା ବହୁତ ନଗଣ୍ୟ । ତେଣୁ ବର୍ଷ ବର୍ଷ ଧରି ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଦୁର୍ବଳ ରହୁଥିଲେ । ଫଳରେ ପ୍ରତିବର୍ଷ ଏହି ଜିଲ୍ଲାରେ ପାସହାର ସବୁଠାରୁ କମ୍ ରହୁଥିଲା । କାରଣ ପ୍ରାୟ ପିଲାମାନେ ପଦାର୍ଥ ବିଜ୍ଞାନରେ ଫେଲ୍ ହେଉଥିଲା । ଏବେ ରୁହି ଦାନିଶ ଅସରଫ୍ ପିଲାଙ୍କୁ ମାଗଣାରେ ନିଜେ ଶିକ୍ଷାଦାନ କରି ୮୦ ପାସହାର ପ୍ରତିଶତରେ ପହଞ୍ଚାଇବାରେ ସଫଳ ହୋଇପାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ