ପିଲାଙ୍କ ଉପରେ କାର୍ଟୁନ୍ ର ପ୍ରଭାଵ
ସାମ୍ପ୍ରତିକ ସମୟ ରେ ଶିଶୁ ମାନଙ୍କ ଭବିଷ୍ୟତ ତିଆରି କରିବା ତାଙ୍କୁ ଶିକ୍ଷା ଦେବା ଏକ ଚିନ୍ତା ର ବିଷୟ ହୋଇଛି। ଯେପରି କଞ୍ଚା କାଦୁଅ ମାଟି କୁ କାରିଗର ଯେମିତି ମୂର୍ତ୍ତି ତିଆରି କରେ । ତାକୁ ଯେପରି ଭାବେ ଗଢିଥାଏ । ସେ ସେହି ପରି ହୋଇ ଥାଏ । ପିଲା ମାନେ ମଧ୍ୟ ଠିକ୍ ସେହି ପରି ହୋଇଥାନ୍ତି। ପିଲା ମାନଙ୍କୁ ଯେପରି ଶିକ୍ଷା ଦିଆ ହବ ସେପରି ସେମାନେ ହୋଇଥାନ୍ତି। ବର୍ତ୍ତମାନ ସମୟ ରେ କାର୍ଟୁନ୍ ଦେଖିବା ଦ୍ୱାରା ପିଲାମାନଙ୍କ ମସ୍ତିଷ୍କ ରେ କଣ ପରିବର୍ତ୍ତନ ହେଉଛି। କାର୍ଟୁନ୍ ଦେଖିବା ଦ୍ୱାରା ପିଲା ମାନେ ସହଜ ରେ ଶିଖି ପାରନ୍ତି। କାର୍ଟୁନ୍ ର ଚରିତ୍ର କୁ ଦେଖି ପିଲାଟି ସେମିତି ନିଜର ବ୍ୟବହାର ରେ ପରିବର୍ତ୍ତନ ଆଣି ଥାଏ ଏଵଂ ତାର ମାନସିକ ଅବସ୍ଥା ରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଶିଶୁ ଟି ତା ସମାଜ ଏବଂ ପାରିପାର୍ଶିକ ପରିବେଶ ରୁ ଅନେକ କିଛି ଶିକ୍ଷା କରିଥାଏ। ପୁସ୍ତକ , ପିତା ମାତା ଏବଂ ଶିକ୍ଷକ ଶିକ୍ଷା ଦେଲେ ପିଲା ମାନେ ଯେତେ ଶୀଘ୍ର ଗ୍ରହଣ କରନ୍ତି ନାହିଁ କିନ୍ତୁ କାର୍ଟୁନ୍ ଦେଖି ତାହାକୁ ସହଜ ରେ ଗ୍ରହଣ କରନ୍ତି । ଏହି କାର୍ଟୁନ୍ ମାଧ୍ୟମ ରେ ପିଲା ମାନେ ବିଭିନ୍ନ ଭାଷା ମଧ୍ୟ ସହଜ ରେ ଶିଖି ପାରୁଛନ୍ତି। ଯେହେତୁ ଏହା ଏକ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମ ଏହା ଦ୍ୱାରା ପିଲା ମାନେ ଖୁସି ହେବା ସହିତ ଅନେକ କିଛି ଶିଖିବି ପାରୁଛନ୍ତି। କାର୍ଟୁନ୍ ଦେଖିବା ଦ୍ୱାରା ପିଲା ମାନଙ୍କ ର ଆତ୍ମବିଶ୍ବାସ ର ମଧ୍ୟ ବୃଦ୍ଧି ହୁଏ। ପିଲା ଟି କାର୍ଟୁନ୍ ରେ ଯାହା ଦେଖେ ଅନେକ ସମୟ ରେ ନିଜେ ସେହି କାମ କୁ କରିବା ପାଇଁ ଚେଷ୍ଟା କରେ । ସକାରାତ୍ମକ ଦୃଷ୍ଟିରୁ କାର୍ଟୁନ୍ ଦେଖିବା ଦ୍ୱାରା ପିଲାଟି ନିଜ ବ୍ୟବହାର ରେ ପରିବର୍ତ୍ତନ ହୋଇଥାଏ। ଯେପରି ପିଲା ଟି କାର୍ଟୁନ୍ ରେ ଦେଖିଲା ବିଦ୍ୟାଳୟ ଯିବା , ପାଠ ପଢ଼ିବା , ଚିତ୍ର କରିବା ,ସାହାଯ୍ୟ କରିବା,ଭକ୍ତି କରିବା ଏବଂ ବିଭିନ୍ନ ସ୍ୱର ପରିବର୍ତ୍ତନ କରି କଥା କହିବା ଇତ୍ୟାଦି ସବୁ ଶିଖି ପାରୁଛି । ନିଜ ଭାଷା ରେ ମଧ୍ୟ ପରିବର୍ତ୍ତନ ଆଣି ପାରୁଛି । ନକାରାତ୍ମକ ଦୃଷ୍ଟି ରୁ ପିଲା ମାନେ କାର୍ଟୁନ୍ କୁ ଦେଖିବା ଦ୍ୱାରା ସେମାନେ ଏକ ଅଭ୍ୟାସ ରେ ପଡିଯାନ୍ତି। ସବୁ ସମୟ ରେ ଟିଭି ମୋବାଇଲ ପାଖରେ ବସିଯାଆନ୍ତି । ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ବାହାରେ ଖେଳ କୁଦ କରିବା ଆବଶ୍ୟକ ହୋଇଥାଏ । ସେ ସବୁ ଠାରୁ ପିଲା ମାନେ ବହୁତ୍ ଦୂରେଇ ଯାଆନ୍ତି। କାର୍ଟୁନ୍ ଦେଖି ପିଲା ମାନେ ଅଧିକ ଖାଇବି ଥାଆନ୍ତି । ଅଧିକ ପରିମାଣ ଜଙ୍କ ଫୁଡ୍ ଖାଇଥାନ୍ତି ଯାହା ଶରୀର ପାଇଁ ଭଲ ନୁହେଁ । କାର୍ଟୁନ୍ ଦେଖି ମଧ୍ୟ ଘରେ ପାଠ ପଢା ମଧ୍ୟ କରନ୍ତି । କାର୍ଟୁନ୍ ରେ ଶିଶୁ ଯାହା ଦେଖେ ଯେପରି ହିଂସାତ୍ମକ ଘଟଣା ଏବଂ ଜୀବନ ପ୍ରତି ବିପଦ ଥିବା କିଛି ଦୃଶ୍ୟ ଦେଖି ସେଗୁଡିକ ଅନେକ ସମୟ ରେ ନିଜ ଜୀବନ ରେ କରି ନିଜ ଜୀବନ କୁ ବିପଦ ରେ ପକାଇଥାଏ। କାର୍ଟୁନ୍ ରୁ ଦେଖି ସାଙ୍ଗ , ପିତା ମାତା ଙ୍କ ସହିତ ସେମିତି ବ୍ୟବହାର କରିଥାଏ। ପିଲା ଟି କାର୍ଟୁନ୍ ଦେଖିବା ଦ୍ୱାରା ଏତେ ଅଭ୍ୟସ୍ତ ହୋଇ ଯାଏ । ସେ ନିଜ ସମାଜ ପରିବେଶ ରୁ କିଛି ଶିଖି ପାରେ ନାହିଁ । ବିଭିନ୍ନ ପ୍ରକାରର ରାଜନୈତିକ କାର୍ଟୁନ୍ ମଧ୍ୟ ହେଉଛି । ପ୍ରିଣ୍ଟ ମିଡ଼ିଆ ରେ ମଧ୍ୟ ରାଜନୈତିକ,ସାମାଜିକ ଏଵଂ ବର୍ତ୍ତମାନ ସମୟ ରେ ଘଟୁଥିବା ବିଭିନ୍ନ ଘଟଣା କୁ କାର୍ଟୁନ୍ ମାଧ୍ୟମ ରେ ଏକ ଚିତ୍ର ମାଧ୍ୟମ ରେ ଦର୍ଶାଇ ଦିଆ ଯାଉଛି । ଏହା ଦ୍ୱାରା ପଢ଼ିବା ଲୋକ ମଧ୍ୟ ପଢିବା ପାଇଁ ଆଗ୍ରହୀ ହୋଇଥାନ୍ତି। ଏହା କେବଳ ପିଲାଙ୍କ ଉପରେ ନୁହଁ ଏହା ମଧ୍ୟ ତାଙ୍କ ପିତା ମାତା ଙ୍କ ଠାରେ ପ୍ରଭାଵ ପକାଇ ଥାଏ । ପିଲା ଟି ଅନେକ ଜିନିଷ ଶିଖିବା ସହିତ ପିତା ମାତା ଙ୍କୁ ମଧ୍ୟ କହିଥାଏ । କାର୍ଟୁନ୍ ର ଚରିତ୍ର ଗୁଡ଼ିକ ପିଲା ମାନଙ୍କ ଉପରେ ସକାରାତ୍ମକ ଏବଂ ନକରାତ୍ମକ ଉଭୟ ଦୃଷ୍ଟି ରୁ ପ୍ରଭାବ ପକାଇଥାନ୍ତି। ପିତା ମାତା ମଧ୍ୟ ସେଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ପିଲା ମାନେ କାର୍ଟୁନ୍ କୁ ଦେଖି ବହୁତ କିଛି ଶିଖନ୍ତି। ଯେମିତି କିଛି ଭୁଲ ନ କରନ୍ତୁ ସେଥିପ୍ରତି ଧ୍ୟାନ ଦେବାର ଅଛି।
ରାଜସ୍ମିତା ବାରିକ୍
ନୀଳଗିରି , ବାଲେଶ୍ଵର