ପିଲାଙ୍କ ଝଗଡାକୁ ନେଇ ଥାନାରେ ଅଭିଯୋଗ
ଉଦଳା,(ରାଜୀବ ବେହେରା ): ସ୍କୁଲ ଭିତରେ ପଶି ମାନସିକ ବିକାର ଗ୍ରସ୍ତ ଝିଅର ଉନ୍ମୁକ୍ତ କାଣ୍ଡ, ଘଟଣା ର ସତ୍ୟା ସତ୍ୟ କୁ ଅନୁଧ୍ୟାନ ନକରି ପରିବାର ପକ୍ଷରୁ ସ୍କୁଲ ନାମରେ ଆଣିଲେ ମିଥ୍ୟା ଅଭିଯୋଗ, ଆଉ ଥାନାରେ କଲେ ଲିଖିତ ଅଭିଯୋଗ l ଭୁଲ ବୁଝିବା ପରେ ପରିବାରଲୋକେ ଥାନାରେ ଦେଇଥିବା ଅଭିଯୋଗ କୁ ଉଠାଇ ଛନ୍ତି ଆଉ ସ୍କୁଲ ରେ ପହଞ୍ଚି କଲେ ସମାଧାନ l ହୋଇ ଥିବା ଅଭିଯୋଗ ଭୁଲ ଦର୍ଶାଇ ଛନ୍ତି ଝିଅର ମାଆ, ଝିଅ କରିଥିବା ଭୁଲ ପାଇଁ ଦୁଃଖ କରିଛନ୍ତି,ଆଉ ଆଗକୁ ଏମିତି ଭୁଲ ହେବନାହିଁ ବୋଲି କହିଛନ୍ତି, ଆଉ ଝିଅକୁ ଅlକୋଟ କରିବେ ବୋଲି ମଧ୍ୟ କହିଛନ୍ତି l ଘଟଣା ଏମିତି ଘଟିଲା
ମାନସିକ ବିକାର ଗ୍ରସ୍ତ ଝିଅଟି ସ୍କୁଲ ରେ ବାରମ୍ବାର ପଶି ଛାତ୍ର ଛାତ୍ରୀ ଙ୍କୁ ଭୟ ଭୀତ କରାଇବା ସହିତ ପିଲାଙ୍କ ଭିତରେ ଝଗଡା ହୋଇ ଥିଲା,ଝିଅର ମାଆ ଘଟଣା କୁ କିଛି ନବୁଝି ଥାନାରେ ଝିଅ କୁ ମାଡ ମାରିବା କଥା କିଛି ବୁଝି ନସୁଝି ଥାନାର ଦ୍ୱାରସ୍ଥ ହୋଇ କଲେ ଲିଖିତ ଅଭିଯୋଗ l ହେଲେ ପରେ ଯେତେବେଳେ ସମ୍ପୂର୍ଣ ଘଟଣା ବୁଝିଲେ ଯେ ତାଙ୍କ ଝିଅ ର ଭୁଲ ଅଛି ସେତେବେଳେ ନିଜର ଭୁଲ ବୁଝି ପlରି କ୍ଷମା ପ୍ରାଥନା କରିବା ସହିତ,ଛାତ୍ର ଛାତ୍ରୀ ଙ୍କ ଅଭି ଭାବକ ଙ୍କ ନିକଟରେ ସ୍କୁଲ କୁ ଡାକି କରିଥିବା ଭୁଲ ପାଇଁ କ୍ଷମା ମାଗିଛନ୍ତି, ଆଉ ଉଭୟଙ୍କ ଭିତରେ ଆପୋଷ ବୁଝାମଣl ହୋଇ ଥାନାରେ ଏବଂ ସ୍କୁଲ ରେ ଲିଖିତ ହୋଇଛି l ପୂର୍ବରୁ ମାନସିକ ବିକାର ଗ୍ରସ୍ତ ଝିଅ ରଚନା ସ୍କୁଲ ରେ ଘଟlଉଥିବା ଘଟଣା କୁ ନେଇ ସ୍କୁଲ ରେ ରଚନା ଙ୍କ ପିତା ସ୍କୁଲତରଫରୁ ଏକ ଲିଖିତ ଅଭିଯୋଗ ରେ ନିଜର ସହମତି ରଖିଛନ୍ତି.l. ଆଉ ତାଙ୍କ ଝିଅକୁ ଆକଟ କରି ରଖିବେ ବୋଲି କହିଛନ୍ତି, ହେଲେ ଯାହା ଲେଖା ହୋଇ ଥିଲା ତାହା କାର୍ଯ୍ୟ କାରି ହୋଇ ନାହିଁ l ମାନସିକ ବିକାର ଗ୍ରସ୍ତ…. ଦିବ୍ୟାଙ୍ଗ କେମିତି ହେଲା ତାହା ଏବେ ଆଲୋଚନା ର ବିଷୟ ଦେଖିବାକୁ ମିଳିଛି l, ପିଲାଙ୍କ ଝଗଡାକୁ ନେଇ ଥାନାରେ ଅଭିଯୋଗ କଲେ ଅଭିଭାବକ।ଏଭଳି ଏକ ଘଟଣା ଘଟିଛି ଉଦଳା ଥାନା ଭୀମତାଳି ପଞ୍ଚାୟତର ଭୀମତାଳି ହାଇସ୍କୁଲରେ। ମଦନାପାଳ ଅଞ୍ଚଳର ଯୁଗଳ ବେହେରାଙ୍କ ଝିଅ ରଚନା ୨୦୧୮ ମସିହାରେ ସପ୍ତମ ଶ୍ରେଣୀରେ ଭୀମତାଳି ହାଇସ୍କୁଲରେ ପଢୁଥିଲେ କିନ୍ତୁ ଏବେ ସେ ସ୍କୁଲରେ ନାମ ନାହିଁ କି ପଢ଼ନ୍ତି ନାହିଁ। ରଚନାଙ୍କ ମାଆ ଝିଅର ମୁଣ୍ଡ ଦୋଷ ଥିବା କଥା କହିଛନ୍ତି । ସ୍କୁଲରେ ନାମ ନଥିଲେ ମଧ୍ୟ ସ୍କୁଲ ପିଲା ମାନଙ୍କ ସହିତ ସ୍କୁଲକୁ ଆସିଥାନ୍ତି। ତେବେ ରଚନା ସ୍କୁଲକୁ ଆସି ପିଲା ମାନଙ୍କୁ ଭୟଭୀତ କରିବା ସହିତ କାମୁଡ଼ିବ, ବହିପାତ୍ର ଛିଡା ଛିଡି କରିବା , କ୍ଲାସରୁମରେ ପରିସ୍ରା କରିବା ଏହିପରି ବିଭିନ୍ନ ହଇରାଣ ହରକତ କରିଥାନ୍ତି। ତେବେ ଏହି ବାବଦରେ ବିଦ୍ୟାଳୟର ଶିକ୍ଷକ ମାନେ ରଚନା ଙ୍କ ଅଭିଭାବକଙ୍କୁ ଅବଗତ କରାଇ ଅଭିଯୋଗ ମଧ୍ୟ କରିଛନ୍ତି। ସୂଚନାରୁ ଜଣା ପଡିଛି ପୂର୍ବରୁ ବାରମ୍ବାର ଝିଅଟି ମଦନା ପାଳ ରୁ ୧ କିଲୋମିଟର ଚାଲି ଚାଲି ହାଇସ୍କୁଲ କୁ ଆସି ପୂର୍ବରୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଥିବା ଜଣାପଡିଛି l
ଅଭିଭାବକ ଏବାବଦରେ ସ୍କୁଲ
ଏକ ଲିଖିତ ଭାବରେ ପିଲାକୁ ଆକଟ କରିରଖିବା ସହିତ ଏହାପରେ ବିଦ୍ୟାଳୟରେ ଏହି ପରି କୌଣସି ପରିସ୍ଥିତି ହେଲେ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ଛାତ୍ରୀ ଦାୟୀ ହେବେ ନାହିଁ ବୋଲି ଲିଖିତ ହୋଇ ଥିବାର ସୂଚନା ମିଳିଛି । ରଚନାଙ୍କ ଅଭିଭାବକ ଏବାବଦରେ କୌଣସି ଗୁରୁତ୍ୱ ଦେଇ ନଥିବା ବେଳେ । ପୁଣି ରଚନା ଓ ସ୍କୁଲ ପିଲାଙ୍କ ସହିତ ମାରପିଟ ଓ ଝଗଡା ହୋଇଥିଲା। ଏ ନେଇ ଅଭିଭାବକ ପିଲାକୁ ନେଇ ଥାନାରେ ଅଭିଯୋଗ କରିଥିଲେ। ଆଜି ବିଦ୍ୟାଳୟର କର୍ତ୍ତୃପକ୍ଷ ଉଦଳା ଥାନାରେ ପହଞ୍ଚି ରଚନାର ଅଭିଭାବକ ଦେଇଥିବା ଲିଖିତ କପିଟି ଥାନାରେ ଦେଖାଇବା ପରେ ଘଟଣା ବାବଦରେ ବୁଝାସୁଝା ହୋଇଥିଲା। ଘଟଣାର ସତ୍ୟାସତ୍ୟ ନଜାଣି ଭୁଲ ନିଷ୍ପତି ନେଇଥିବା ରଚନାର ବାପା କହିଥିବା ବେଳେ,ଅଭିଯୋଗ ପତ୍ର ଉଠାଇ ନେଇ ଥିବା ଜଣାଇଥିଲେ।