ପିଲାଙ୍କ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ସ୍ଥାନୀୟ ମହାରାଜଙ୍କ ବାଳିକା ଉଚ୍ଚ ବିଧ୍ୟାଳୟ ଠାରେ “ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା “ମୁଖ୍ୟ ବିଷୟ ଉପରେ ଆଧାରିତ ପ୍ରକଳ୍ପ ଉପସ୍ଥାପନା ପ୍ରତିଯୋଗିତା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଙ୍କ ନିର୍ଦେଶ କ୍ରମେ ଆୟୋଜନ କରାଯାଇଛି |ଛାତ୍ର /ଛାତ୍ରୀ ଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରି ବିଜ୍ଞାନ ପ୍ରତି ଆକୃଷ୍ଟ କରି ଗବେଷଣା, ତଥ୍ୟ ସଂଗ୍ରହ କରି ବିସ୍ଲେସଣ କରିବା ଦ୍ୱାରା ଏକ ସିଦ୍ଧାନ୍ତ ରେ ଉପନୀତ ହୋଇ ଏହାର ପ୍ରୟୋଗ କରିବା ଏହି ପ୍ରତିଯୋଗିତା ର ମୁଖ୍ୟ ଉଧେଶ୍ୟ| ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ ଏହାର ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ. ରବି କୁମାର ପ୍ରତିଯୋଗିତା ର ଉଦେଶ୍ୟ ଜ୍ଞାପନ କରିଥିଲେ |ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଜାଜପୁର ର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଓ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳକୃଷ୍ଣ ମାଝୀ ବିଚାରକ ଭାବେ ଯୋଗ ଦେଇଥିଲେ |ଏହି ପ୍ରତିଯୋଗିତା ରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ମୋଟ 18 ଟି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ | |ସେମାନଙ୍କ ମଧ୍ୟରେ ବି.ଏମ. ଉଚ୍ଚ ବିଦ୍ୟାଳୟ, ଖାରଡ଼ା ର ଛାତ୍ରୀ ଏ. ଗୌତମୀ, କେ. ସୀତାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅନିତା କୁମାରୀ ଓ କୋରଡ଼ା ସିଂ ଉନ୍ନୀତ ଉଚ୍ଚ ବିଧ୍ୟାଳୟ ର ଅନିରୁଦ୍ଧ ଶବର ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି |ଠିକ ସେହିପରି ଜୁନିଅର ବିଜ୍ଞାନ ଓ ଗଣିତ ଓଳିମ୍ପିୟଡ଼ ରେ 36 ଜଣ ଅଂଶ ଗ୍ରହଣକରି ଥିଲେ ସେମାନଙ୍କ ମଧ୍ୟରୁ କୁମାରୀ ଶିବଞ୍ଜଳି,ମିନତୀ ପ୍ରଧାନ ଓ ଏରସନ ଗମାଙ୍ଗ ପୁରସ୍କୃତ ହୋଇଛନ୍ତି ଏହି ସମସ୍ତ କାର୍ଯ୍ୟକ୍ରମ କୁ ନିମାନୀ ଜଗଦିଶ, ସୁରଜିତ ନାୟକ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ|


