ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମରେ ଚାରା ରୋପଣ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ବ୍ଲକ ଆଲପୁର ଓ ଦାରୁଭଦ୍ରା ପଞ୍ଚାୟତର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମରେ ଚାରା ରୋପଣ କରାଯାଇଛି । ଆଲପୁର ଠାରେ ପ୍ରଧାନ ଶିକ୍ଷକ ବିନାୟକ ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଳବ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ର ଯୋଗ ଦେଇଥିଲେ । ସବୁଜ ବନାନୀ ପରିବେଶ ସୃଷ୍ଟି ଓ ପ୍ରଦୂଷଣ ମୁକ୍ତ ବିଦ୍ୟାଳୟ ଶିକ୍ଷାର୍ଥୀଙ୍କ ବୌଦ୍ଧିକ ବିକାଶ ପାଇଁ ଚାରା ରୋପଣର ଆବଶ୍ୟକତା ରହିଛି ବୋଲି ପିଇଓ ପରାମର୍ଶ ଦେଇଥିଲେ । ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଜୁଳି, ଅଁଳା,ସିତାଫଳ,ମହୁଲ ଆଦି ବିଭିନ୍ନ ପ୍ରକାରର ଫଳ ଓ ଔଷଧୀୟ ବୃକ୍ଷରଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅନୁରୂପ ଭାବେ ଦାରୁଭଦ୍ରା ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଡିଓ ସୁବ୍ରତ କୁମାର ଜେନା,୬୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ ସରପଞ୍ଚ ଓ ପିଇଓ କାଳୁ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରକାଶ ବେହେରା,ରବୀନ୍ଦ୍ର ନାଥ ଗୌଡ଼,ପ୍ରଜ୍ଞା ପରମିତା ଦାସ,ଗାଁ ସାଥି ଅଶୋକ କୁମାର ପୋଲାଇ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ