ପିଲା ଚୋରି ଉଦ୍ୟମ ଜଣେ ଗିରଫ
ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ୱାର ଥାନା ଅନ୍ତର୍ଗତ ଟି.ପି.ଏମ୍ ଫାଣ୍ଡି ଅଧୀନସ୍ଥ ନୂଆ ପାଟଣା ମଧୁସୂଦନ ସେତୁ ନିକଟରେ,ଜଣେ ଯୁବକ ଏକ ଶିଶୁ କୁ ଚକୋଲେଟ୍ ଲୋଭ ଦେଖାଇ ଅପହରଣ ଉଦ୍ୟମ କରୁଥିବା ବେଳେ ଉକ୍ତ ବ୍ୟକ୍ତି କୁ ଗ୍ରାମ ବାସୀ ମାନେ ଧରି ନିଷ୍କୁକ ମାଡ ମାରି ଥିଲେ । ସୂଚନା ମୁତାବକ ବିହାର ଦରବଗଂ ଅଞ୍ଚଳ ର ଅନିଲ ଚୈାଧୁରୀ ଏବଂ ତାଙ୍କ ପତ୍ନୀ କାମ କରୁଛନ୍ତି, ଆଜି ସକାଳୁ ଜଣେ ଯୁବକ ତାଙ୍କ ଶିଶୁ କୁ ଚକୋଲେଟ୍ ଲୋଭ ଦେଖାଇ ଅପହରଣ ଉଦ୍ୟମ କରୁଥିବା ବେଳେ ଶିଶୁ ର ମାଆ ଏହା ଜାଣି ପାରି ମହିଳା ଜଣକ ପାଟି କରିବାରୁ ଗ୍ରାମ ବାସୀ ମାନେ ଆସି ଶିଶୁ କୁ ଉଦ୍ଧାର କରିଥିଲେ, ଉକ୍ତ ଯୁବକ କୁ ଏକ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ, ପରେ ଖବର ପାଇ ଟି.ପି.ଏମ୍ ଫାଣ୍ଡି ର ଅଧିକାରୀ ପହଞ୍ଚି ଯୁବକ କୁ ଉଦ୍ଧାର କରି ଥାନା କୁ ଆଣିଥିଲେ,ଅପହରଣ କରିଥିବା ଯୁବକ ଜଣକ ଚୈାଦ୍ୱାର ର ନୁନ୍ଟିକିରୀ ର ବୋଲି ଜଣାପଡିଛି ।


