ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ବୁଗୁଡା (ଅନିଲ କୁମାର ମହାରଣା) : ସୋମବାର ଠାରୁ କର୍ମଚାରୀବୃନ୍ଦ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆରମ୍ଭ କରିଥିବା ଦେଖଗିବାକୁ ମିଳିଛି। ସୋମବାର ବୁଗୁଡା ଏନଏସି ର ୧୧ ନମ୍ବର ୱାର୍ଡରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସୁପରଭାଇଜ ଜି.ରଶ୍ମି, ମହିଳା ସ୍ୱାସ୍ଥ୍ୟ କର୍ମୀ ଟୁକୁନି ସ୍ଵାଇଁ, ଶିକ୍ଷକ ସନ୍ତୋଷ କୁମାର ବେହେରା ଓ ଅଙ୍ଗନବାଡି କର୍ମୀ ସନ୍ଧ୍ୟା ରାଣୀ ନାୟକ ପ୍ରମୁଖ ସମସ୍ତଙ୍କ ସ୍କ୍ରିନିଂ କରିଛନ୍ତି। ସେହିପରି ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଆଜିଠାରୁ ସାରା ଜିଲ୍ଲାରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ