ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ କାକଟପୁର ଗ୍ରସ୍ତ

ନିମାପଡା, (ସନ୍ତୋଷ ଦାସ):ଶନିବାର ଦିନ ପିସିସି ସଭାପତି ଶରତ ପଟ୍ଟନାୟକ କାକଟପୁର ଗ୍ରସ୍ତ କରି ଦେବୀ ମା ମଙ୍ଗଳା ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ତାଙ୍କ ସହିତ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ, ଜିଲ୍ଲା ମହିଳା କଂଗ୍ରେସ ମୋର୍ଚା ସଭାପତି ନିରୁପମା ପାତ୍ର, କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ, ବିପିନ ବିହାରୀ ମହାନ୍ତି, ଯୁବନେତା ବିଶ୍ୱଭୂଷଣ ଦାସ, କାକଟପୁର ପଞ୍ଚାୟତ ସଭାପତି ନଳିନୀକାନ୍ତ ଦୀକ୍ଷିତ ପ୍ରମୁଖ ଶ୍ରୀ ପଟ୍ଟନାୟକ ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ସୁଫଳ ପାଇବ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ