ପିସି ଅଭିଯୋଗରେ ମଧ୍ୟସ୍ଥତା କଲେ ବିଡିଓ ! କନିଷ୍ଟଯନ୍ତୀ କୁଂ ସୁରଷା ଦେଉଛି କିଏ ?

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ପ୍ରତିଦିନ କୁକୁଡାଖଣ୍ଡି ବ୍ଲକରେ ପଦାକୁ ଆସୁଛି ଦୁର୍ନୀତି ର ଛବି ଏତେ ଦୁର୍ନୀତି ଯେ ଯେତେ ଖୋଳିବ ସେତେ ବାହାରିବ  ତଥାପି ନିରବ ପ୍ରଶାସନ ଓ ଭିଜିଲାନ୍ସ କତୃପକ୍ଷ ଗତକାଲି ଗୁରୁଣ୍ଠି ଗ୍ରାମରେ ଜିଲ୍ଲା ପରିଷଦ ପାଣ୍ଠି ରୁ ଏକ ଫେବର ରାସ୍ତା ନିର୍ମାଣ କରାଯାଇଥିଲା ଗ୍ରାମର ଫକୀର ପାତ୍ର ସେହି କାମ କରିଥିଲେ, କନିଷ୍ଠ ଯନ୍ତ୍ରୀ ଙ୍କ ନାମ ରେ କାର୍ଯ୍ୟାଦେଶ ରହିଛି କାର୍ଯ୍ୟ ସାରିବା ପରେ ଫକୀର ଙ୍କୁ ତିରିଶି ହଜାର ଟଙ୍କା କାଟି ଅବଶିଷ୍ଟ ବିଲ ଅର୍ଥ ଦେଇଥିଲେ ଫକୀର ଅର୍ଥ କାଟିବା ନେଇ ପ୍ରଶ୍ନ କରିବାରୁ ତାହା ପିସି ପାଇଁ ଆଉ ତାହା ସମସ୍ତଙ୍କର ଏନେଇ ଖବର ପ୍ରସାରଣ ପରେ ଆଜି ଫକୀର ପାତ୍ର ଙ୍କୁ ଗୁରୁଣ୍ଠି ସରପଞ୍ଚ ଡାକି ବିଡ଼ିଓ, ଚେୟାରମ୍ୟାନ, ସମିତିସଭ୍ୟ, କନିଷ୍ଠ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ ତାହା ସମାଧାନ କରିବା ସହ ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି ୧୦ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଏଲ. ମୋହନ ଦାସ ଏନେଇ ସେ ବ୍ଲକ ପ୍ରଶାସନ ପିସି ରେ ବୁଡିକି ରହିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ଫଣ୍ଡ ର କାର୍ଯ୍ୟରେ ସରପଞ୍ଚ, ସମିତିସଭ୍ୟ ଙ୍କ ଭୂମିକା କଣ ନା ମୁହଁ ନଖୋଲିବାକୁ ମିଳିତ ଷଡଯନ୍ତ ! ଘଟଣା ର ତଦନ୍ତ ନ କରି ବିଡ଼ିଓ ଓ ଚେୟାରମ୍ୟାନ ଚପାଇ ଦେବାକୁ ଉଦ୍ୟମ ପଛର ରହସ୍ୟ କଣ ବୋଲି ପ୍ରଶ୍ନ ଉଠିଛି ପିସି ଘଟଣାର ତଦନ୍ତ ପାଇଁ ଦାବି ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ