ପିସି ମାଗି ମୃତ୍ତିକା ସଂରକ୍ଷଣ ବିଭାଗର କର୍ମଚାରୀ ନିଲମ୍ବିତ

ପାଟଣାଗଡ,(ୱାଇଏନଏସ):ପାଟଣାଗଡ ଉପଖଣ୍ଡ ରେଙ୍ଗ।ଲଜୁରି ଗ୍ରାମର କିଛି ଚାଷୀ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ଫାର୍ମ ପଣ୍ଡ ଓ ଆମ୍ଭ ବଗିଚା କରିବା ପାଇ ସରକାରୀ ଯୋଜନାରେ କାମ ଆରମ୍ଭ କରିଥିଲେ । ଯୋଜନାରେ କାମ ଆରମ୍ଭ ମଧ୍ୟ କଲେ ହେଲେ ବିଭାଗ ର କର୍ମଚାରୀ ଚାଷୀ ମାନଙ୍କ ଫାଇନାଲ ବିଲ ପାସ କରିବା ପାଇଁ ଚାଷୀ ମାନଙ୍କ ଠାରୁ ପିଶି ମାଗିଥିବା ଅଡିଓ ସହ ଉପମୁଖ୍ୟମନ୍ତ୍ରୀ ଙ୍କୁ ପାଟଣାଗଡ ବାସଭବ ନରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉପ ମୁଖ୍ୟମନ୍ତ୍ରୀ ବିଭାଗ କୁ ତଦନ୍ତ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ ମୃତ୍ତିକା ସଂରକ୍ଷଣ ବିଭାଗ ର ଅସ୍ଥାୟୀ କର୍ମଚାରୀ ପ୍ରଶାନ୍ତ ସେଠ ଙ୍କ ସହ ଓଭର୍ ସିଅର ପ୍ରଶାନ୍ତ ଦଳାଇ ଓ ଶେଷଦେବ ମେହେରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ଥାନା ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ଲାଞ୍ଚୁଆ ଅଧିକାରୀ ଙ୍କୁ ନିଲମ୍ବିତ ପରେ ଚାଷୀ ମାନେଖୁସି ବ୍ୟକ୍ତ କରିଥିବା ବେଳେ ଚାଷୀ ଙ୍କ ଦୁଃଖ ବୁଝିଥିବାରୁ ପାଟଣାଗଡ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଲାଞ୍ଚୁଆ ଅଧିକାରୀ ଙ୍କୁ କଡା ପଦକ୍ଷେପ ନେଇ ଥିବାରୁ ପାଟଣାଗଡ ଅଞ୍ଚଲ ରେ ଅନ୍ୟ ଲାଞ୍ଚୁଆ ଅଧିକାରୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ