ପିଡ଼ିଏସ କାଂଉଟରରେ ସାମାଜିକ ଦୂରତ୍ୱ ଉଲଂଘନ

ହିଞ୍ଜିଳିକାଟ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): କରୋନା ଭୟାବହତାକୁ ନେଇ କିଛି ଲୋକ ସଚେତନ ନଥିବା ଦେଖିବାକୁ ମିଳିଛି । କରୋନା ଭୁତାଣୁ ସଂକ୍ରମଣକୁ ମହାମାରୀ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଲୋକମାନେ ଗୁରୁତର ସହ ନେଉନଥିବା ଜଣାପଡ଼ିଛି । ବିଶେଷ କରି ଗରୀବ ଶ୍ରେଣୀର ଲୋକ ମଧ୍ୟରେ ଏହି ରୋଗକୁ ନେଇ ଆଜି ମଧ୍ୟ ସଚେତନତା ସୃଷ୍ଟି ହୋଇ ପାରିନାହିଁ । ଯାହାର ଜ୍ଜଳନ୍ତ ଉଦାହରଣ ହିଂଜିଳିକାଟୁ ବ୍ଳକର ବିଭିନ୍ନ ପଂଚାୟତର ପିଡ଼ିଏସ କାଂଉଟରରେ ଦେଖିବାକୁ ମିଳିଛି । ଖାଉଟି ଗ୍ରାହକ ମାନେ ପିଡ଼ିଏସ କାଂଉଟରକୁ ଚାଉଳ, ଗହମ ଆଣିବାକୁ ଗଲାବେଳେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତ୍ୱ ରଖୁନଥିବା ଦେଖିବାକୁ ମିଳିଛି । ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ କରାଯିବା ସହ ଡ଼ାକବାଜି ଯନ୍ତ୍ର ସହାୟତାରେ ଘୋଷଣା କରାଯିବା ସହ ବିଭିନ୍ନ ଉପାୟ ଅବଲମ୍ବନ କରି ସଚେତନ କରାଯାଉଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁପାରୁନାହିଁ । ଖାଉଟି ମାନେ ଖାଉଟି ସାମଗ୍ରୀ ଆଣିବା ସକାଶେ ପିଡ଼ିଏସ କାଂଉଟରକୁ ଯାଇ ଅତି ପାଖାପାଖି ଛିଡ଼ା ହୋଇ ଗୁଲିଖଟି କରୁଥିବାର ଦେଖିବାକୁ ମିଳିଛି । ଯାହା ସାମାଜିକ ଦୂରତ୍ୱ ନିୟମକୁ ସମ୍ପୁର୍ଣ୍ଣ ଉଲଂଘନ କରୁଛି । ଖାଉଟି ମାନେ ନିଜ ନିଜର ପଡ଼ିକାର୍ଡ଼ ଧରି ସରକାରଙ୍କ ଘୋଷଣା ପ୍ରକାରେ ୩ ମାସର ରାସନ ସାମଗ୍ରୀ ଆଣିବାକୁ ପିଡ଼ିଏସ କାଂଉଟର ସମ୍ମୁଖରେ ଅପେକ୍ଷା କରି ରହିଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ବ୍ଳକ ବୁରୁପୋଡ଼ା ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ପିଡ଼ିଏସ କାଉଂଟରରେ ସେହି ଅଂଚଳର ଲୋକଙ୍କ ପାଇଁ ସାମଗ୍ରୀ ବଂଟନ କରାଯାିଥିଲା । ସକାଳୁ ସେଠାରେ ଶତାଧିକ ମହିଳା ଓ ପୁରୁଷ ପଡ଼ିକାର୍ଡ଼ ଧରି ଜମା ହୋଇଥିଲେ । ହେଲେ କରୋନା ସଂକ୍ରମଣରୁ ରକ୍ଷା ପାଇବା ସକାଶେ କୌଣସି ପ୍ରକାର ଔଷଧ ଆବିଷ୍କୃତ ହୋଇନଥିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା ଓ ସଚେତନତା ଏକମାତ୍ର ପନ୍ଥା ହୋଇଥିବା ବେଳେ ଲୋକେ ଏହା ମାନିବାକୁ ନାରାଜ । ପରସ୍ପର ମଧ୍ୟରେ ଅତି କମ୍‌ରେ ୧ମିଟର ଦୂରତାରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ରାସନ ସାମଗ୍ରୀ ଆଣିବାକୁ ଯାଇଥିବା ବୁରୁପୋଡ଼ା ପିଡ଼ିଏସ କାଉଂଟର ସମ୍ମୁୂଖରେ ବହୁ ଲୋକ ରୁଣ୍ଡ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ