ପିୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ

(ଯୁଗାବ୍ଦ ନ୍ୟୁଜ) ବ୍ୟୁରୋକ୍ରାଟ ରୁ ସାଂସଦ ପାଲଟିଥିବା ଅପରାଜିତା ଷଡଙ୍ଗୀ ଲୋକସଭାରେ ଗୋଟିଏ ପରେ ଗୋଟିଏ ମୁର୍ଦ୍ଦା ଉଠାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏବେ ସେ ରାଜଧାନୀ ଭୁବନ୍ଶେ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫରେନ ଟ୍ରେଡର ପ୍ରତିଷ୍ଠା ରାଜଧାନୀର୍ କରିବା ପୀଇଁ କେନ୍ଦ୍ର ବାଣଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁସ ଗୋୟେଲଙ୍କ କାର୍ଯ୍ୟାଳôୟରେ ଭେଟି ନିଜର ଦାବୀପତ୍ର ଉପସ୍ଥାପନା କରିଛନ୍ତି । ତା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକଙ୍କୁ ୫ଏକର ଯାଗା ଦେବା ପାଇଁ ସେ ଚିଠି ଲେଖି ଅନୁରୋଧ କରିଛନ୍ତି । କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖି ସେ କହିଛନ୍ତି , ପୁର୍ବ ଭାରତରେ ଭୁବନବେଶ୍ୱର ଏକ ପ୍ରମୁଖ ସହର ହେବାକୁ ଯାଉଛି , ଏଠାରେ ଏମ.ସି.ଏଲ .ନାଲକେ ପରି ରଷ୍ଟ୍ରାୟତ ଉଦ୍ୟୋଗର ପ୍ରମୁଖ କାର୍ଯ୍ୟାଳୟ ଭୁବନେଶ୍ୱରରରେ ରହିଛନ୍ତି ।ଓଡିଶାରେ ବଢୁଥିବା ସିଫୁଡ କମ୍ପାନୀଗୁଡିକ ଭୁବନେଶ୍ୱର ରେ ବଢୁଛନ୍ତି । ଯାହା ଫଳରେ ଓଡିଶାରୁ ରପ୍ତାନୀ କାରବାର ଆଶାତୀତଚ ଭାବେ ବୃଦ୍ଧି ପାଉଛି । ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବାଣିଜ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରିଜିତା ଷଡଙ୍ଗୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ