ପି.ରାମଚନ୍ଦ୍ରପୁର ସରପଞ୍ଚ ଉପନିର୍ବାଚନ ୫୩% ଭୋଟର ଙ୍କ ମତଦାନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ସରପଞ୍ଚ ପଦ ପାଈଁ ଉପନିର୍ବାଚନ ଆଜି ଶେଷ ହୋଇଛି । ପଂଚାୟତ ର ୫ ଟି ଗ୍ରାମ ରାମଚନ୍ଦ୍ରପୁର, ଶ୍ରୀଚନ୍ଦନପୁର, ଭଲିଆଝୋଲା,ଧର୍ମରାୟପୁର,ସାମନ୍ତରାୟପୁର ଗ୍ରାମ ରେ ୧୮ ଟି ୱଡ଼ ରେ ସକାଳ ୭ ଘଣ୍ଟ ଠାରୁ ୧୨ଟା ଯାଏ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ୫୩.୩୮% ହୋଇଥିବା ଜଣାପଡିଛି । ପଂଚାୟତର ମୋଟ ଭୋଟର ସଂଖ୍ୟା ୭୬୬୬ ହୋଇଥିବା ବେଳେ ୪୦୯୨ ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି ।ଏବେ ୩ ଜଣ ପାର୍ଥି ଙ୍କ ଭାଗ୍ୟଫଳ ଭୋଟବକ୍ସ ଭିତରେ । ପି.ରାମଚନ୍ଦ୍ରପୁର ସରପଞ୍ଚ ପଦ ପାଇଁ ଉପନିର୍ବାଚନ ଜିତିବା ପାର୍ଥି ଙ୍କ ଅପେକ୍ଷା ସମର୍ଥିତ ଦଳ ପାଇଁ ଏବେ ସମ୍ମାନ ର ପ୍ରଶ୍ନ ହୋଇପଡିଛି।ଶାସକ ଦଳ ପାଇଁ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ମଙ୍ଗ ଧରିଥିବା ବେଳେ,କଂଗ୍ରେସ ର ଗଡ ରକ୍ଷାପାଇଁ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନା ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ହୋଇଥିବା ବେଳେ ବିଜେପି ଦଳର ପୂର୍ବତନ ବିଧାୟକ ପାର୍ଥି ତଥା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଜୟ କୁମାର ସ୍ୱାଇଁ ଙ୍କ ପି.ରାମଚନ୍ଦ୍ର ନିଜ ପଂଚାୟତ ଜିତିବା ପାଇଁ ଆପ୍ରାଣ ପ୍ରୟାସ ଦେଖିବାକୁ ମିଳିଛି । ଭୋଟବକ୍ସ ରୁ କଣ ବାହାରିବା ତାକୁ ନେଇ ସବୁଦଳ ନେତା ଙ୍କ ଉତ୍କଣ୍ଠା ଦେଖିବାକୁ ମିଳିଛି । ଉପନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଅବାଦ ନିରପେକ୍ଷ ମତଦାନ ଶେଷହୋଇ ଭୋଟବକ୍ସ ଗୁଡି କୁ ସନଖେମୁଣ୍ଡି ବ୍ଲକ ଷ୍ଟ୍ରଙ୍ଗ ରୁମ ରେ ରଖାଜାଇଥିବା ସନଖେମୁଣ୍ଡି ବିଡ଼ିଓ ତଥା ନିର୍ବାଚନ ପରିଚାଳନା ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସୂଚନା ଦେଇଛନ୍ତି । ଭୋଟ ଗ୍ରହଣ ବେଳେ ବ୍ରମହଃପୁର ଉପଜିଲ୍ଲାପାଳ କୀର୍ତିଭାସନ ବୁଥ ଗୁଡିକୁ ବୁଲି ଦେଖିଥିଲେ । ଜିଲ୍ଲା ପଂଚାୟତ ଅଧିକାରି ଧର୍ମାନନ୍ଦ ସେଠିଆ,ଗଞ୍ଜାମ ଏ ଏସ୍ପି ଅଶୋକ କୁମାର ମହାନ୍ତି,ଏସଡ଼ିପିଓ ଆସିକା,ସୂର୍ଯ୍ୟମଣି ପ୍ରଧାନ,ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ,ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ,ସେରଗଡ଼ ଥାନା ଅଧିକାରୀ ରମେଶ ଦାସ ଙ୍କ ସମେତ ଦୁଇ ପ୍ଲାଟୁନ ପୋଲିସ ସୁରକ୍ଷା ଦୃଷ୍ଟି କୁ ନଜର ରଖି ମୁତୟନ ହୋଇଥିବା ଦେଖିବାକୁ ମିଳିଛି।ଆସନ୍ତା କାଲି ବ୍ଲକ୍ ଅଫିସ ପରିସର ରେ ଭୋଟ ଗଣତି ହେବ ବୋଲି ଜଣାପଡିଛି । ଏନେଇ ସୁରକ୍ଷା କଡାକଡି କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ