ଆନଂଦ ବାହିନୀର ବୈଠକ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ): ପୀଠ ପରିଷଦ ଆଦିତ୍ୟ ବାହିନୀ, ଅନ୍ନ ବାହିନୀ ପକ୍ଷରୁ ବ୍ରହ୍ମପୁର ଶାଖାର ବୈଠକ ବ୍ରହ୍ମାନଗର-୩ ଲେନସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ରଥ ସଭାପତିତ୍ୱ କରି ଆସନ୍ତା ଅଗଷ୍ଟ ୨୫ ତାରିଖ ଠାରୁ ଆରମ୍ଭ ହୋଇ ତିନିଦିନ ଧରି ପୁରୀ ଗୋବର୍ଦ୍ଧନଠାରେ ହେବାକୁ ଥିବା ଗୁରୁ ଦର୍ଶନ , ଦୀକ୍ଷୀ ଗ୍ରହଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସମ୍ପାଦକ ଡା- ହୃଷିକେଶ ପାଢୀ ବୈଠକର ପରିଚାଳନା କରିଥିବାବେଳେ ଆନଂଦ ବାହିନୀ ରାଜ୍ୟ ଶାଖା ସଚିବ ଶାନ୍ତିଲତା ପାଢୀ ଚିନ୍ତନ, ସେବା ,ଦର୍ଶନ ବିଷୟରେ ଧାରଣା ଦେଇଥିଲେ । ଏଥିରେ ଶାଖାର ବହୁ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଶେଷରେ ସୁରେନ୍ଦ୍ର ପାଢୀ ସ୍ୱାମୀଜୀଙ୍କୁ ଧନ୍ୟବାଦ ଅର୍ପଣ କରି ସଭାଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ