ପୀଡିତାଙ୍କ ଘରେ ପ୍ରିୟଙ୍କା

ଉନ୍ନାଓ ଦୁଷ୍ମର୍ମ ପୀଡିତାଙ୍କ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିବାପରେ ଚାରିଆଡୁ ସମବେଦନାର ସୁୁଅ ଛୁଟିଛି । ଶନିବାର ପୀଡିତାଙ୍କ ପରିବାରଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପରିବାର ସଦସ୍ୟଙ୍କୁ ଭେଟି ଆଶ୍ୱାସନା ଦେବା ସହ ପୀଡିତାଙ୍କୁ କିପରି ଭାବେ ଉଚିତ୍ ନ୍ୟାୟ ମିଳିବ ସେ ଦିଗରେ ପୁୁରା ଚେଷ୍ଟା କରାଯିବ ବୋଲି କହିବା ସହ ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ କଟାକ୍ଷ କରିଛନ୍ତି । ଏହି ଘଟଣା ପାଇଁ ଯୋଗୀ ସରକାର ସଂପୂର୍ଣ୍ଣ ଭାବେ ଦାୟୀ । ସେ ନିଜ ପଦରୁ ଇସ୍ତଫା ଦେଇ ଦେବା ଦରକାର । ସୂଚନାଥାଉକି, ବର୍ତ୍ତମାନ ଦୁଇଦିନିଆ ଲକ୍ଷ୍ନୌ ଗସ୍ତ ରେ ଅଛନ୍ତି ପ୍ରିୟଙ୍କା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ