ପୀତବାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ଷ୍ଟାଡିୟମ ଠାରେ ଚାଲିଥିବା ୧୨ତମ ପୀତବାସ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ ବନ୍ତ ଓ ନିଳୋକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ୧୫ ଓଭରରେ ବନ୍ତ ୭ ଉଇକେଟ ହରାଇ ୧୪୯ ରନ୍ କରିଥିଲା । ଜବାବରେ ନିଳୋକ ୧୪.୨ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକ ରନ୍ କରି ବିଜୟୀ ହୋଇଥିଲା । ନିଳୋକ ଦଳର ରଶ୍ମି ରଞ୍ଜନ ସେନାପତି ମ୍ୟାନ୍ ଅଫ ଦି ମ୍ୟାଚ୍ ଓ କହ୍ନେଇ ଜେନା ମ୍ୟାନ୍ ଅଫ ଦି ସିରିଜ୍ ହୋଇଥିଲେ । ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମୂରଲୀଧର ସୁତାର ଓ ଲିଟିଲ୍ ସ୍କୁଇରାଲ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ସମର ବିଶ୍ୱାଳ ଯୋଗ ଦେଇ ଦୁଇ ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ କାହ୍ନା ନାୟକ, ଗଙ୍ଗାଧର ସାହୁ, ଧନଞ୍ଜୟ ବିଶ୍ୱାଳ, ବିଶ୍ୱଜିତ୍ ନାୟକ ଯୋଗ ଦେଇଥିଲେ । ଅମ୍ପାୟର ଭାବେ ଅଜିତ୍ କାଣ୍ଡି, ଲିପୁନ୍ ବିଶ୍ୱାଳ ଦାୟୀତ୍ୱ ତୁଲାଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ପ୍ରଶାନ୍ତ ନାୟକ, ଜୟନ୍ତ ନାୟକ, ଅରୁଣ ବିଶ୍ୱାଳ, ଶିବା ଜେନା, ସିପୁନ ବିଶ୍ୱାଳ, ଗଗୁଲ ବିଶ୍ୱାଳ, ସଚିନ୍ ବିଶ୍ୱାଳ, ହରି ରାଉତ, ପପୁ ଜେନା, ଶୁଭ ବିଶ୍ୱାଳ, ଜୀବନ ବିଶ୍ୱାଳ, ତୁଡୁ ଜେନା, ହନୁମାନ ସାହୁ, ବଣ୍ଟି ସାହୁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ