ପୀତାମ୍ବରା ସିଦ୍ଧ ମହାଶକ୍ତିପୀଠରେ ହନୁମାନ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହର ଉପକଣ୍ଠ କୁରୁଡା ସ୍ଥିତ ପୀତାମ୍ବରା ସିଦ୍ଧ ମହାଶକ୍ତିପୀଠରେ ହନୁମାନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଭକ୍ତମାନଙ୍କ ଦ୍ୱାରା ସାମୂହିକ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୀଠରେ ୧୦୮ଜଣ ଶ୍ରଦ୍ଧାଳୁ ବ୍ରତୀ ଭାବେ ସଙ୍କଳ୍ପିତ ହୋଇଥିଲେ । ପ୍ରାରମ୍ଭରେ ଗଣେଶ ବନ୍ଦନା ସହ ମହାଦେବଙ୍କ ରୁଦ୍ରାଷ୍ଟକମ୍ ପାଠ କରାଯାଇଥିଲା । ପରେ ସମ୍ପୂର୍ଣ୍ଣ ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା । ମହାବୀର ହନୁମାନଙ୍କୁ ମହାଦେବଙ୍କ ଏକାଦଶ ରୁଦ୍ର ଅବତାର ବୋଲି ବିବେଚନା କରାଯାଏ । ଏଥିପାଇଁ ବ୍ରତୀମାନେ ଏଗାର ଥର ସଙ୍ଗୀତମୟ ହନୁମାନ ଚାଳିଶା ପାଠ କରିଥିଲେ । ଆକର୍ଷଣୀୟ ସଙ୍ଗୀତର ତାଳେ ତାଳେ ହନୁମାନ ଚାଳିଶା ପାଠ ପୀଠରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ପୀଠାଧୀଶ ଆଚାର୍ଯ୍ୟ ରବିନାରନାୟଣ ମିଶ୍ର ମହାରାଜ ମହାବୀର ହନୁମାନଙ୍କ ଏକାଦଶ ରୁଦ୍ର ତତ୍ତ୍ୱ ସମ୍ପର୍କରେ ପ୍ରବଚନ ଦେଇଥିଲେ । ସେବା ଓ ଭକ୍ତିର ପ୍ରତୀକ ହନୁମାନ ଜୀଙ୍କ ଲୀଳା ଖେଳା ଉପରେ ସାରଗର୍ଭକ କଥା ରଖିବା ସହିତ ଦୈନନ୍ଦିନ ଜୀବନରେ ମହାବୀରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ମିଶ୍ର ମହାରାଜ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ