ପୁଅବୋହୁଙ୍କ ନିର୍ଯ୍ୟାତନା ସହିନପାରି ଥାନାର ଆଶ୍ରୟ ନେଲେ ବୃଦ୍ଧା

ହାଟଡିହି, (ବିକାଶ ବିଶ୍ୱାଳ ) : ଯେଉଁ ପୁଅକୁ ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମ ଦେଇଥିଲି, କେତେ ଆଶା କରିଥିଲି ବୃଦ୍ଧାବସ୍ଥାରେ ମୋର ସେବାଯତ୍ନ ନେବ । କିନ୍ତୁ ସେହି ପୁଅ ମୋର ଭଗାରୀ ହୋଇଛି । ଜମିବାଡି ଟଙ୍କା ସୁନା ସବୁନେବା ପରେ ଏବେ ବୋହୁ କଥାରେ ପଡି ନିତିଦିନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛି, କେତେବେଳେ ବି ଜୀବନରେ ମାରିଦେବ ଏପରି ଅଭିଯୋଗ କରିଛି ଜଣେ ବୃଦ୍ଧା ମା । ଘଟଣାଟି ଘଟିଛି ନନ୍ଦିପଦା ଥାନା ବଡରମ୍ପାସ ଗ୍ରାମରେ । ଗ୍ରାମର ନିରୁପମା ରାଉତ ନାମକ ଜଣେ ୮୫ବର୍ଷ ବୟସ୍କ ବୃଦ୍ଧାଙ୍କ ଅଭିଯୋଗ ଅନୁଯାଇ ବଡପୁଅ ବାହାରେ ଥିବାରୁ ସେ ତାଙ୍କ ସାନପୁଅ ପଦ୍ମନାଭ ରାଉତ ପାଖରେ ସେ ରହୁଥିଲେ । ପଦ୍ମନାଭ ତାଙ୍କ ମାଆଙ୍କ ଭାଗ ଜମି ଓ ପଇସାପତ୍ର ସବୁ ନେଇ ଯିବାପରେ ଗତ ୬ମାସ ହେଲା ବୋହୁ କଥାରେ ପଡି ନିରୁପମାଙ୍କୁ ମାରଧର କରିବା ସହିତ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଛି । ଏପରିକି ଅନେକ ସମୟରେ ରାତିରେ ଖାଇବାକୁ ଦେବା ସମୟରେ ଗାଳିଗୁଚଲଜ କରିବା ସହିତ ଜୀବନରେ ମାରିଦେବାକୁ ଉଦ୍ୟମ କରୁଛି । ଏନେଇ ଅନେକଥର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା ହୋିଥିଲେବି ସେମାନଙ୍କ ପରାମର୍ଶକୁ ପୁଅବୋହୁ ମାନୁ ନଥିବାରୁ ବାଧ୍ୟହୋଇ ଆଜି ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଯଦି ପୁଲିସ କିଛି ନବୁଝିବ ତେବେ ଏଇଠି ରହିବି ବୋଲି କାନ୍ଦି କାନ୍ଦି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ