ପୁଅର ଆକ୍ରମଣରେ ବାପା ଆହାତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମରେ ପାରିବାରିକ ହିଂସା ଘଟିଛି।  ଗ୍ରାମର ବୁଲୁ ଗୌଡ଼ କୌଣସି କାରଣ ନଥାଇ ତାଙ୍କ ବାପା ନରସିଂହ ଗୌଡ଼ ଏବଂ ବଡ଼ ଭାଇ କୁନା ଗୌଡ଼ ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଏନେଇ ନରସିଂହ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି ।ଏତଲା ଆଧାରରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୨୪/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ଶୁକ୍ରବାର ସନ୍ଧ୍ୟାରେ ନରସିଂହ ଘର ବାରିପଟେ  ଅମାବାସ୍ୟା  ପୂଜା କରୁଥିବା ବେଳେ ବୁଲୁ ସେଠାରେ ପହଞ୍ଚି ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି ଦେବା ସହ ତାଙ୍କୁ ଟଣାଓଟରା କରି ତଣ୍ଟି ଧରି ମାଡ଼ି ବସିଥିଲେ।ପରେ ତାଙ୍କୁ ଚାପୁଡ଼ା ଲାତ ଗୋଇଠା ମାରିବାରୁ ନରସିଂହ ପାଟି କରିଥିଲେ।ପାଟି ଶୁଣି ଆଖପାଖରେ ଥିବା ଲୋକେ ଆସି ଛଡା ଛଡି କରିଥିଲେ।ଖବରପାଇ ବଡ଼ ଭାଇ ସେଠାକୁ ଆସିବାରୁ  ତାଙ୍କୁ ମଧ୍ୟ ସେ ଆକ୍ରମଣ କରି ଉଭୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ପରେ ଏକ ଟାଙ୍ଗିଆ ରେ ଘର ବାରିପଟ କବାଟ କୁ  ହାଣି ଫଡାକରି ଦେଇଥିଲେ। ଅଭିଯୁକ୍ତ ତାଙ୍କ ମା ଲକ୍ଷ୍ମୀ ଗୌଡ଼ ଏବଂ ବାପା ନରସିଂହ ଙ୍କୁ ଅନେକଥର ମାଡ଼ ମାରି ଆସୁଛନ୍ତି।ଗାଁ ଭଦ୍ର ଲୋକମାନେ ସମାଧାନ କରିଥିଲେ ମଧ୍ୟ  ସେ ମାନୁ ନଥିବା ନରସିଂହ ପୋଲିସ କୁ କହିଛନ୍ତି।ଥାନା ଏସ.ଆଇ ସୋଫିଆ ମିଶ୍ର ଘଟଣାର ତଦନ୍ତ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ