ପୁଅର ଛୁରୀମାଡ଼ରେ ମାର ଘଟଣାସ୍ଥଳରେ ମୃତ୍ୟୁ
ଫୁଲବାଣୀ, (ସୁନିଲ କୁମାର ବେହେରା):ଏପରି ଏକ ଅଭାବନୀୟ ଚାଂଚଲ୍ୟକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦରଥାନା ଅଂଚଳ ର ବିଶିପଡ଼ା ପଂଚାୟତ ର ବେହେରା ପଦର ଗ୍ରାମରେ ,, ଗତ କାଲି ସନ୍ଧ୍ୟା ସତାଘଣ୍ଟା ସମୟରେ ମୃତ ଉର୍ମିଳା ବେହେରା ନିଜ ଝିଅ ବୃନ୍ଦାବତୀ ବେହେରା ଙ୍କ ଘରେ ରହୁଥିଲେ , ଏହି ସମୟରେ କିଛିଦିନ ତଳର ବାଇକ ଭଙ୍ଗାରୁଜା ଘଟଣା କୁ କେନ୍ଦ୍ରକରି ଆସାମୀ ଭାଗିରଥି ବେହେରା ଓ ସୁଶାନ୍ତ ବେହେରାଙ୍କ ମଧ୍ୟରେ ଝଗଡା ହୋଇଥିଲା , ଏବଂ ଏହା ଧୀରେ ଧୀରେ ଉଗ୍ର ରୂପ ଧାରଣ କରି ଥିଲା , ଯାହାଫଳରେ ମାତ୍ରାଧିକ ମଦ୍ୟପାନ କରି ଆସି ସୁଶାନ୍ତ କୁ ମାରିବା ବଦଳରେ ନିଜ ଜନ୍ମ ଦାତ୍ରୀ ମାଙ୍କ ଛାତିରେ ଭୁଜାଲି ଚୋଟ ମାରି ଅତି ନିର୍ମମ ଭବେ ବଡ ଭଉଣୀ ବୃନ୍ଦାବତୀ ର ସାମ୍ନାରେ ହତ୍ୟା କରିଥିବା କଥା ବୃନ୍ଦାବତୀ ମିଡ଼ିଆ ସାମ୍ନାରେ ପ୍ରକାଶ କରିଛନ୍ତି ଏବଂ ବୃନ୍ଦାବତୀ ମଧ୍ୟ ଭାଗିରଥିର ଭୁଜାଲି ଚୋଟରେ ଗଭୀର ଭାବେ ଆଘାତ ହୋଇଥିବା ଅଙ୍ଗ କ୍ୟାମେରା ଆଗରେ ଦେଖାଇଛନ୍ତି ଏଭଳି ଭାବେ ଏକ ୫/୬ ବର୍ଷର ବାଳକଟିଏ ମଧ୍ୟ ବାଦ ପଡ଼ିନାହିଁ , ଖବର ପାଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଦିତ୍ୟ ନାଥ ସେଠୀଙ୍କ ନେତୃତ୍ୱରେ ଇନିସ୍ପେକଟର ଶ୍ରୀ ନୀଳାମ୍ବର ଡିଗାଲ, ସଞ୍ଜୟ କୁମାର ମହାନ୍ତି, ଗୃହରକ୍ଷୀ ସଦାନନ୍ଦ ସାହାଣୀ , ଶୂଳପାଣି ସାହାଣୀ ସମେତ ସଦଳବଳ ଘଟଣା ସ୍ଥଳରେ ପହଂଚି ମୃତ ଉର୍ମିଲାର ଶବକୁ ଜବତ କରି ଯୁଦ୍ଧକାଳୀନ ଭିତିରେ ଆହତ ମାନଙ୍କୁ ଏକ ଅଟୋ ଯୋଗେ ଚିକିତ୍ସା ପାଇ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ପଠାଇ ଥିଲେ , ! ଏହାପରେ IIC ଙ୍କ ନେତୃତ୍ୱରେ ଅସମୀଙ୍କୁ ଧରିବାପାଇଁ ଯୋଜନା କରି ପ୍ରାୟ ଦଦୁଇ ଘଣ୍ଟ ପରେ ପ୍ରାୟ ରାତ୍ରି 12ଘଣ୍ଟା ପରେ ଯାଇ ନିଜ ମାର ହତ୍ୟାକାରୀ ଭଗିରଥି ବେହେରାଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା , ଓ ଆସାମୀ ମଧ୍ୟ ନିଶା ଶକ୍ତ ଅବସ୍ଥାରେ ନିଜ ମାକୁ ହତ୍ୟା କରିସାରିଲାପରେ ମାନସିକ ଭାରସାମ୍ୟ ହରାଇ ନିଜେ ନିଜେ ଆଘାତ ପ୍ରାପ୍ତ ହୋଇଥିବାରୁ ତାଙ୍କୁ ମଧ୍ୟ ପୋଲିସ ଚିକତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରି ପ୍ରକୃତ ଘଟଣା ସତ୍ୟା ସତ୍ୟ ଜାଣିବାକୁ ତଦନ୍ତ ଜାରି ରଖିଥିବା କଥା IIC ଶ୍ରୀ ସେଠି ପ୍ରକାଶ କରିଥିବାବେଳେ ସେଇ ଅଂଚଳର ଜନସାଧାରଣ ମାନେ ବେହେରା ପଦର ଓ ମାଝୀ ପଦର ଗ୍ରାମରେ ଖୁଲମ ଖୋଲା ଭାବେ ଅବାଧରେ ମହୁଲି ମଦ ର ପ୍ରଚୁର କାରବାର ଯୋଗୁଁ ଏଭଳି ଘଟଣା ଘଟୁଥିବା କଥା ପ୍ରକାଶ କରିଛନ୍ତି ଓ ଉକ୍ତ ଦୁଇଟି ଗ୍ରାମ ରେ ମଦବିକ୍ରି ଉପରେ କଟକଣା ଲାଗୁକରି ଦୃଢଭାବେ ଦୋଷୀମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ଦାବି ହେଉଛି , କିଛିବର୍ଷ ତଳେ ସେହି ମଝିପାଦର ଗ୍ରାମରେ ବଡ଼ପୁଅଦେବହରି ର ଠେଙ୍ଗା ମାଡ଼ରେ ବାପା ପ୍ରଫୁଲ୍ଲ ର ମୃତ୍ୟୁ ହୋଇଥିବାସ୍ଥଳେ ଗତକାଲି ବଡପୁଅ ଭାଗିରଥିର ଛୁରୀ ମାଡ଼ରେ ମା ଉର୍ମିଲାର ମର୍ତ୍ୟୁ ଘଟିଛି , ଏଣୁ ଏଭଳି ଘଟଣାକୁ ରୋକିବାକୁ ହେଲେ ପୋଲିସ ପ୍ରଶାସନ କୁ ଆହୁରି କୋଠର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡିବ ,କି ନାହିଁ , ତାହା ଭବିଷ୍ୟତ କହିବ l


