ପୁଅର ଠେଙ୍ଗା ମାଡରେ ବାପର ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକରେ ଅଭାବନୀୟ ଦୁଃଖଦ ଘଟଣା ଘଟିଛି । ପୁଅର ଠେଙ୍ଗା ମାଡରେ ବାପାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଏହି ଘଟଣାଟି ବାପୁଜୀପେଣ୍ଠ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି । ପାରିବାରିକ କଳହ ଓ ବିବାଦକୁ କେନ୍ଦ୍ରକରି ଏହି ଘଟଣାଟି ଘଟିଥିବା ଜଣାଯାଇଛି । ବାପୁଜୀପେଣ୍ଠ ଗ୍ରାମର ମୀନକେତନ ବିଶ୍ୱାଳଙ୍କୁ ତାଙ୍କ ପୁଅ ମନୋରଞ୍ଜନ ବିଶ୍ୱାଳ କ୍ରୋଧାନ୍ୱିତ ହୋଇ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିରେ ବାପା ମୀନକେତନଙ୍କୁ ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା । ଗ୍ରାମବାସୀଙ୍କ ସହାୟତାରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ରହ୍ମପୁର ଠାରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଛି । ଏହି ଘଟଣାଟି ଗୁରାଣ୍ଡି ପୋଲିସ ଥାନା ଅଞ୍ଚଳରେ ଘଟିଛି । ପୋଲିସ ଖବର ପାଇ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ