ପୁଅର  ଠେଙ୍ଗା ମାଡ଼ରେ ମା ମୃତ, ବାପା ଗୁରୁତ୍ୱର ଅଭିଯୁକ୍ତ ପୁଅ ଗିରଫ

ଘଟଗାଁ (ଓ୍ବାଇଏନ୍ଏସ୍) : ପୁଅର  ଠେଙ୍ଗା ଆକ୍ରମଣରେ ମା ମୃତ, ବାପା ଗୁରୁତ୍ୱର । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଏକ ଅଭାବନୀୟ ଘଟଣା ଦେଖାଦେଇଛି ଘଟଗାଁ ବ୍ଲକ୍ ଅନ୍ତର୍‌ଗତ ପର୍ଶୁରାମପୁର ଗ୍ରାମରେ । ଏହି ଗ୍ରାମର ସାନ୍ତୁନୁ ନାଏକ ନିଜ ଜନ୍ମକଲା ବାପା ମା ଦୁହିଁଙ୍କୁ ମରଣାନ୍ତକ ଆକ୍ରମଣ କରିବା ଦ୍ୱାରା ଘଟଣାସ୍ଥଳରେ ସାନ୍ତୁନୁଙ୍କ ମା ରେବତୀ ନାଏକ(୪୫)ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗଣେଶ୍ୱର ନାଏକ ଗୁରୁତ୍ୱର ଆହାତ ହୋଇ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ସାନ୍ତୁନୁ ତାଙ୍କ ବାପାଙ୍କ ମଦ ପିଉଥିବା କାରଣରୁ ଆକ୍ରମଣ କରିଥିଲେ ଏବଂ ମା ରେବତୀଙ୍କର କିପରି ମୃତ୍ୟୁ ହେଲା ତାହା କହିପାରିବିନି ବୋଲି ପ୍ରକାଶ କରିଥିବା ବେଳେ ଖବର ପାଇ ଆଜି ଅପରାହ୍ନରେ ଢେଙ୍କିକୋଟ ଫାଣ୍ଡି ପୋଲିସ୍ ଏବଂ କେନ୍ଦୁଝର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପର୍ଶୁରାମପୁର ଗ୍ରାମରେ ଗତକାଲି ଦେଖାଦେଇଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମର ଗଣେଶ୍ୱର ନାଏକଙ୍କ ପୁଅ ସାନ୍ତୁନୁ ନାଏକ ଗତକାଲି ନିଜ ବାପା ପକେଟ୍‌ରୁ ୧୩ଶହ ଟଙ୍କ ଚୋରି କରିଥିବା କାରଣରୁ ବାପା ସାନ୍ତୁନୁଙ୍କୁ କାହିଁକି ମୋ ପକେଟ୍‌ରୁ ଟଙ୍କା ନେଲୁ ବୋଲି ପଚାରିବାରୁ ସାନ୍ତୁନୁଙ୍କ ବାପାଙ୍କ ସହିତ ପାଟିତୁଣ୍ଡ ହେବା ସହିତ ନିଜ ବାପା ମାଆ ଦୁହିଁଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା ଫରେ ଘଟଣା ସ୍ଥଳରେ ମାଆ ରେବତୀ ନାଏକଙ୍କର ମୃତ୍ୟୁ ଘଟିବା ବେଳେ ବାପାଙ୍କ ଗୁରୁତ୍ୱର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ସାନ୍ତୁନୁ ତାଙ୍କ ବାପାଙ୍କ ମଦ ପିଉଥିବା କାରଣରୁ ଆକ୍ରମଣ କରିଥିଲେ ଏବଂ ମା ରେବତୀଙ୍କର କିପରି ମୃତ୍ୟୁ ହେଲା ତାହା କହିପାରିବିନି ବୋଲି ପ୍ରକାଶ କରିଥିବା ବେଳେ ଖବର ପାଇ ଆଜି ଅପରାହ୍ନରେ ଢେଙ୍କିକୋଟ ଫାଣ୍ଡି ପୋଲିସ୍ ଏବଂ କେନ୍ଦୁଝର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ଘଟଣା ବାବଦରେ ପଚରାଉଚରା କରିବା ସହିତ ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ