ପୁଅ ର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ବାପା ଙ୍କ ଆକୁଳ ନିବେଦନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତମ୍ପାଳ ପଞ୍ଚାୟତ ପୋଦନା ଗ୍ରାମର ରାଜକିଶୋର ନାୟକ ଜଣେ ନିରୀହ ଗରିବ ଲୋକ ।ଦେଢ଼ ମାଣ ବିଲ ରେ ଚାଷ କରି ପାଞ୍ଚଜଣ ପରିବାର ଦୁଃଖ କଷ୍ଟରେ ଚଳୁଥିଲେ। କିନ୍ତୁ ହଟାତ କିଛି ଦିନ ତଳେ ସାନ ପୁଅ ଜିତ ର ମୁଣ୍ଡ ରେ ଯନ୍ତ୍ରଣା ହୋଇଥିଲା ।ପରିବାର ଲୋକେ ଯନ୍ତ୍ରଣା ଦେଖି ପ୍ରଥମେ ଚାରିଛକ ପରେ କଟକ ଏକ ଘରୋଇ ଡାକ୍ତରଖାନା କୁ ନେଇ ଯାଇଥିଲେ ।ସେଠାରେ ତାଙ୍କର ଚିକିତ୍ସା କରିବା ପାଇଁ ଘରେ ଥିବା ଧାନ ,ଚାଉଳ ଓ ଜିନିଷ ପତ୍ର ବିକ୍ରି କରିବା ସହ ମହିଳା ଗୋଷ୍ଟି , ଘରୋଇ ସଂସ୍ଥା ତଥା ଗ୍ରାମ ର ସାହିପଡ଼ିଶା ଓ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଙ୍କ ଠାରୁ ଟଙ୍କା ଆଣି ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିବା ପରେ ଯନ୍ତ୍ରଣା ଭଲ ହେଲା ନାହିଁ । ଘରୋଇ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ଅର୍ଥ ସାଜିଛି ବାଧକ । ରାଜକିଶୋର ଜଣେ ନିରୀହ ଗରିବ ଲୋକ । ମଜୁରୀ ଲାଗିଲେ ଚଳେ ପରିବାର । ତାଙ୍କର ପାଖରେ ଅର୍ଥ ନ ଥିବାରୁ ଘରୋଇ ଡାକ୍ତରଖାନାରୁ ଆଣି ଭୁବନେଶ୍ୱର ଏମ୍ସ ରେ ଭର୍ତ୍ତି କରାଇଥିଲେ । କିନ୍ତୁ ତାଙ୍କର ସରକାରୀ ଡାକ୍ତର ଖାନାରେ ଚିକିତ୍ସା କରିବା ପାଇଁ ମାଗଣାରେ ଉପଲବ୍ଧ ଥିଲେ ମଧ୍ୟ ରାଜକିଶୋର ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନାହିଁକି ରାସନ କାର୍ଡ ଖଣ୍ଡେ ନାହିଁ ଯାହା ଫଳରେ ସରକାରୀ ଡାକ୍ତରଖାନା ରେ ପୁଅକୁ ଚିକିତ୍ସା କରିବା ରେ ବଞ୍ଚିତ ହେଉଛନ୍ତି ବୋଲି ଜିତ ର ବାପା ପ୍ରକାଶ କରିଛନ୍ତି । ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତା ଯଥା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡ ରୁ ସାହାଯ୍ୟ କରିବା ପାଇଁ ପୁଅର ବାପା ଆପତ୍ତି କରିଛନ୍ତି ।ଯଦି କୌଣସି ସହୃଦୟ ବ୍ୟକ୍ତି ବା ସ୍ୱେଚ୍ଛାସେବୀ ସଂଗଠନ ବା କୌଣସି ସ୍ଥାନୀୟ ରାଜନେତା ସହଯୋଗ ର ହାତ ବଢାନ୍ତେ ତାହେଲେ ନିରୀହ ଗରିବ ଅସହାୟ ବାଳକ ଟି ବଞ୍ଚି ଯାଆନ୍ତା ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ଫୋନ ନଂ ୬୩୭୨୬୦୪୦୮୨ ରେ ଫୋନପେ କରିପାରିବେ କିମ୍ବା ପୁଅର ବାପା ରାଜକିଶୋର ନାୟକ ନାମରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ର ଆକାଉଣ୍ଟ ନଂ ୫୧୬୨ ୧୦୧୧୦୦୦୪୧୬୯ – ଆଇ ଏଫ ଏସ ସି ନଂ – ବି କେ ଆଇ ଡି ୦୦୦୫୧୬୨ ରେ ରାଜକିଶୋର ନାୟକ ଙ୍କ ନାମରେ ସହଯୋଗ ଅର୍ଥ ସାହାଯ୍ୟ କରିପାରିବେ । ଆପଣ ମାନଙ୍କର କିଞ୍ଚିତ ସାହାଯ୍ୟ ଗୋଟେ ଗରିବ ନିରୀହ ନିଷ୍ପପ ଶିଶୁର ଜୀବନ ବଞ୍ଚାଇ ପାରିବ ଓ ସେ ଗରିବ ପରିବାର ମୁହଁରେ ହସ ଫୁଟାଇ ପାରିବ।


