ପୁଇଁତୋଳାରେ କ୍ଲଷ୍ଟର ଶିକ୍ଷକ ସାମଗ୍ରୀ କୌଶଳ ପ୍ରଦର୍ଶନ କର୍ମଶଳା

(ଯୁଗାବ୍ଦ ନ୍ୟୁଜ )ଗଞ୍ଜାମ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ପରିସରରେ ପୁଇଁତୋଳା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ , ଉପକରଣ ,ପ୍ରଦର୍ଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଗୋପାଳ ବେହେରାଙ୍କ ପୌରହିତ୍ୟ ରେ ଏହି କର୍ମଶାଳାକୁ ଓ ସରପଞ୍ଚ ଜି.ସନ୍ତୋଷ ରେଡ୍ଡୀ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଏବି.ଇ.ଓ ବିଜୟ କୁମାର ବେହେରା , ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବାଳିକା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ନେପାକ , ଭାରତୀ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ କର୍କରାଜ ଦାଶ ଯୋଗଦେଇଥିଲେ । ସି.ଆର.ସି.ସି ମହେଶ କୁମାର ଲ ବେହେରା କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ , ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ , ବିପ୍ରଚରଣସାହୁ କାର୍ଯ୍ୟକ୍ରମର ଆଭ୍ିମୁଖେ ଉପରେ ଆଲୋକପାତ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପଟ୍ଟନାୟକ , ଏସ ଗୋବିନ୍ଦ ରେଡ୍ଡୀ, ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗ ଦେଇଥିଲେ । ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ବେହେରା ଙ୍କ ତତ୍ତ୍ୱାବଧନରେ ଶିକ୍ଷଣ ସାମଗ୍ରୀ ଉପକରଣ ପ୍ରଦର୍ଶନ ରେ ଶିକ୍ଷକ, ଶିକ୍ଷୟତ୍ରୀ ଯୋଗଦେଇ ଶିକ୍ଷଣ ସାମଗ୍ରୀ ର ପ୍ରୟୋଗ ର କୌଶଳ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ