ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି ଗଠନ -କାନ୍ତରି ସଭାପତି, ସମ୍ପାଦକ ସୁଦାମ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଦୁଇଟି ୱାର୍ଡ ନମ୍ବର ଆଠ ଓ ନଅକୁନେଇ ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି ଗଠନ ହୋଇଯାଇଛି l ଏନେଇ ମା ଗଙ୍ଗାଦେବୀ ପୀଠରେ ନୀଳାଞ୍ଚଳ ବାରିକିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଗ୍ରାମର ବିଭିନ୍ନ ସମସ୍ୟା, ଉନ୍ନୟନ ଉପରେ ଆଲୋଚନ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଏକ ସର୍ବସମିତି କ୍ରମେ ଏକ କମିଟି ଗଠନ କରାଯାଇଥିଲା lସଭାପତି ରୂପେ କାନ୍ତରି ଦଳାଇ , କାର୍ଯ୍ୟକାରୀ ସଭାପତି ଗୌରୀ ଶଙ୍କର ବାରିକି, ଉପସଭାପତି ଭଗବାନ ପ୍ରଧାନ, ସମ୍ପାଦକ ସୁଦାମ ଜେନା, ସହ ସମ୍ପାଦକ ବିଶ୍ୱଭୂଷଣ ଦଳାଇ, କୋଷାଧକ୍ଷ ରଙ୍କନାଥ ପଲାଇ ଓ କାର୍ଯ୍ୟକାରୀ ସଦସ୍ୟ ରୂପେ ହରି ବିଶ୍ୱାଳ, ପ୍ରକାଶ ରାଉଳ, ଜିତେନ୍ଦ୍ର ପଲାଇ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା l ଏହି କମିଟି ଗ୍ରାମର ବିଭିନ୍ନ ସମସ୍ୟା ଓ ଉର୍ନତି କରଣ ପାଇଁ କାର୍ଯ୍ୟ କରିବେ l ତତ ସଙ୍ଗେ ସଙ୍ଗେ ମା ଠାକୁରାଣୀ ମନ୍ଦିର ପୁନଃ ଉଦ୍ଧାର ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି l ଶିବରାମ ଜେନା କୋଷାଧକ୍ଷ, ବିଶ୍ୱଭୂଷଣ ଦଳାଇ ଆବାହକ ଚୟନ ହୋଇଥିଲା l କାର୍ଯ୍ୟକାରୀ ସଦସ୍ୟ ଭାବେ ସୁରେନ୍ଦ୍ର ପଲାଇ, ନାରାୟଣ ତରାଇ ପ୍ରମୁଖ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା l