ପୁଣିଥରେ ପୁରଷ୍କାର ହାତେଇଲା ଘଟଗାଁ ସି.ଏଚ୍‌.ସି

ଘଟଘାଁ-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପୁଣିଥରେ ପୁରଷ୍କାର ହାତେଇ ଘଟଗାଁ ଅଂଚଳ ପାଇଁ ଗୌରବ ଆଣିଦେଇଛି । ତେବେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ପୁରଷ୍କାର ହାତେଇ ବର୍ତମାନ ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ପ୍ରଥମେ କାୟାକଳ୍ପ ପୁରଷ୍କାର ତାପରେ ଏନ୍‌.କ୍ୟୁ.ଏ.ଏସ୍ ପୁରଷ୍କାର ହାତେଇଥିବା ଓଡିଶାର ପ୍ରଥମ ଡାକ୍ତରଖାନା ହେଉଛି ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର । ଚଳିତ ବର୍ଷ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ବେଷ୍ଟ ମେଡିକାଲ ଅଫିସର୍ ଭାବେ ସାଧାରଣତନ୍ତ୍ର ଦିବସରେ ମୁକ୍ତିକାନ୍ତ ନାଏକଙ୍କୁ ପୁରଷ୍କାର ପ୍ରଦାନ କରାଯାଇଛି । ଯାହାକୁ ନେଇ ବର୍ତମାନ ଘଟଗାଁ ଅଂଚଳର ଜନସାଧାରଣଙ୍କ ମନରେ ଖୁସିର ଲହରି ଖେଳିଯାଇଥିବା ବେଳେ ଘଟଗାଁ ଗୋଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ମୁକ୍ତିକାନ୍ତ ନାଏକଙ୍କୁ ବିଭିନ୍ନ ଦିଗରୁ ଅଭିନନ୍ଦନ ଜ୍ଞାପକ କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ବିଗତ ତିନି ବର୍ଷ ପୂର୍ବେ ୨୦୧୬-୧୭ ମସିହାରେ ରୋଗୀ ସେବା ଓ ସୁସ୍ଥ ପରିବେଷ ପାଇଁ ପ୍ରଥମେ ଜାତୀୟ ସ୍ତରରେ କାୟାକଳ୍ପ ପୁରଷ୍କାର ପାଇଥିଲା । ପରେ ପରେ ଏନ୍‌କ୍ୟୁ.ଏ.ଏସ୍ ୨୦୧୭-୧୮ ମସିହାରେ ଏବଂ ୨୦୧୮-୧୯ ମସିହାରେ ଲକ୍ଷ ପୁରଷ୍କାର ପାଇଥିଲେ । ସୁଚନା ମୁତାବକ ଘଟଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ଓଡିଶା ରାଜ୍ୟର ପ୍ରଥମ ମେଡିକାଲ୍ ଯେ,କି ଏହି ତିନୋଟି ମୁଲ୍ୟବାନ୍ ପୁରଷ୍କାର ହାତେଇବାରେ ସଫଳ ହୋଇଛି । ତେଣୁ ଚଳିତ ବର୍ଷ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ବେଷ୍ଟ ମେଡିକାଲ ଅଫିସର୍ ଭାବେ ସାଧାରଣତନ୍ତ୍ର ଦିବସରେ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ