ପୁଣି ଅକ୍ଷୟ କୁମାର ଦେଲେ ୪୫ ଲକ୍ଷ

କରୋନା ସଂକ୍ରମଣ ଯୋଗୁଁ ଚଳଚ୍ଚିତ୍ର ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକ କାମ ହରାଇ ବସି ରହିଥିବା ବେଳେ ଅକ୍ଷୟ କୁମାର ସେମାନଙ୍କୁ ସହାୟତା ହାତ ବଢ଼ାଇଛନ୍ତି । ପ୍ରଥମରୁ ସେ ପିଏମ କେୟାର୍ସ ପାଣ୍ଠିକୁ ୨୫ କୋଟି , ପରେ ବିଏମସିକୁ ୩ କୋଟି ଦାନ କରିଥିବା ବେଳେ ସିନେ ଓ ଟିଭି ଆର୍ଟିଷ୍ଟ ଆସୋସିଏସନକୁ ଅକ୍ଷୟ ୪୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସାଜିଦ ନାଦିୟାଦବାଲା ଏ ସମ୍ପର୍କରେ ଅକ୍ଷୟ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅକ୍ଷୟ ସେମାନଙ୍କ ସମସ୍ୟା ଶୁଣି ଲୋକଙ୍କ ତାଲିକା ମାଗିଥିଲେ । ୧୫୦୦ ଲୋକଙ୍କ ତାଲିକା ଦିଆଯିବା ପରେ ସେ ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୩ ହଜାର ଟଙ୍କା ଲେଖାଏଁ ପଠାଇଥିଲେ । ଏଥିସହ ଆଗକୁ ଯଦି ଗୁଜୁରାଣ ମେଣ୍ଟାଇବାରେ ସମସ୍ୟା ହୁଏ ସେମାନଙ୍କୁ ପୁନଃ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସାଜିଦ ଓ ଅକ୍ଷୟ ଆଶ୍ୱାସନା ଦେଇଛନ୍ତି । ଅକ୍ଷୟ ୨୦ ଜଣିଆ ଟିମ୍‍ ସହ ନିଜର ସୁଟିଂ କାମ ଆରମ୍ଭ କରିଛନ୍ତି । ସୁଟିଂ ସମୟରେ ସମସ୍ତେ ଗାଇଡଲାଇନ ପାଳନ କରିଥିବା କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ