ପୁଣି ଅଭିନୟକୁ ଫେରିଲେ ରିଷି କାପୁର
ମୁମ୍ବାଇ : କର୍କଟ ରୋଗରୁ ମୁକ୍ତି ପାଇବା ପରେ ପୁଣି ଅଭିନୟ ଜଗତକୁ ଫେରିଛନ୍ତି ଭେଟେରାନ୍ ବଲିଉଡ୍ ଅଭିନେତା ରିଷି କାପୁର। ଆଗାମୀ ଫିଲ୍ମ ଶର୍ମାଜି ନମକିନ ଫିଲ୍ମ ପାଇଁ ମୋହର କରିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ବ୍ରେକ ନେଇଥିଲେ ଋଷି କପୁର । ଏହି ଫିଲ୍ମରେ ଋଷିଙ୍କ ସହିତ ସ୍କ୍ରିନ ସେୟାର କରିବେ ଜୁହି ଚାୱଲା । ପୂର୍ବରୁ ଜୁହି -ଋଷି କପୁର ବୋଲ ରାଧା ବୋଲ, ଇନା ମିନା ଡିକା, ସାଜନ କା ଘର ପରି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।


