ପୁଣି ଆରମ୍ଭ ହେଲା ମାସ୍କ ଏବଂ ହେଲମେଟ ଯାଞ୍ଚ
ରାଇକିଆ,(ଓ୍ବାଇଏନ୍ଏସ୍): କିଛି ଦିନର ନିରବତା ପରେ ପୁଣି ଆରମ୍ଭ ହୋଇଛି ମାସ୍କ ଓ ହେଲମେଟ ଯାଞ୍ଚ । ଲୋକେ କୋଭିଡ ନିୟମ କୁ ନମାନି ବିନା ମାସ୍କ ରେ ବୁଲାବୁଲି କରିଛନ୍ତି । ସାମାଜିକ ଦୂରତା କୁ ମଧ୍ୟ ମାନୁ ନାହାନ୍ତି । ଅନ୍ୟ ପକ୍ଷରେ ଦେଶର ବିଭିନ୍ନ ରାଜ୍ୟ ରେ କରନା ର ଦ୍ଵିତୀୟ ଲହରୀ କୁ ଦୃଷ୍ଟି ରେ ରଖି ଯାଞ୍ଚ କୁ ରାଇକିଆ ରେ କଡାକଡି କରାଯାଇଛି । ଏଥି ସହ ହେଲମେଟ ଯାଞ୍ଚ କୁ ମଧ୍ୟ ଗୁରୁତ୍ଵ ଦିଆ ଯାଇଛି ।


