ପୁଣି ଇଦ୍ ରେ ଚମକ ଦେଖାଇଲେ ଭାଇଜାନ

ଭାଇଜାନ ଙ୍କ ଅଭିନୀତ ଚଳଚ୍ଚିତ୍ରଲ ଭାରତ ଇଦ୍ ଅବସରରେ ସାରା ଭାରତରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ର କୁ ନେଇ ସିନେ ପ୍ରଶଂସକ ଙ୍କ ମନରେ ଉକ୍ରଣ୍ଠା ଦେଖିବାକୁ ମିଳିଛି । ସୋସିଆଲ ପ୍ଲାଟଫର୍ମ ରେ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ସହିତ ଓଡିଶାରେ ଫିଲ୍ମି କୁ ନେଇ ଭାଇଜାନ ଙ୍କ ପ୍ରଶଂସଙ୍କ ମନରେ ଅନେକ ଆଶା ଓ ଉଦ୍ଦିପନା ଦେଖାଯାଇଛି । ଚଳଚ୍ଚିତ୍ର ପାଇଁ ବିଭିନ୍ନ ପ୍ରେକ୍ଷାଳୟରେ ନାହିଁ ନଥ୍ିବା ଭିଡ ଦେଖିବାକୁ ମିଳିଛି । ଦର୍ଶକମାନେ ଖଣ୍ଡିଏ ଟିକେଟ ପାଇଁ ଗ୍ରୀଷ୍ମ ପ୍ରଭାବକୁ ଖାତିର ନ କରି ଲମ୍ବା ଲାଇନ ରେ ଛିଡା ହୋଇଛନ୍ତି । ଭାରତ ଚଳିତ ବର୍ଷ ସମସ୍ତ ରେକର୍ଡ ଭାଙ୍ଗିବ ବୋଲି ଆଶା ରଖିଛନ୍ତି । ସୂଚନା ଅନୁସାରେ ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍, ଦିଶା ପଟାନୀ, ତବୁ, ଜ୍ୟାକି ଶ୍ରଫ୍, ସୁନୀଲ ଗ୍ରୋଭର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ