ପୁଣି ଉଠିଲା ୫ଠ% ଇଭିଏମ୍, ଭିଭିପାଟ୍ ଗଣତି ଦାବି

ମୁମ୍ବାଇ(ଏଜେନ୍ସି): ନିର୍ବାଚନ କମିଶନ ଏବେ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ କାମ କରୁଛନ୍ତି । ଉପରୁ ଯାହା ନିର୍ଦ୍ଦେଶ ଆସୁଛି ନିର୍ବାଚନ ଆୟୋଗ ସେହି ଅନୁସାରେ ପରିଚାଳିତ ହେଉଛନ୍ତି । ଦେଶରେ ୭ ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇସାରିଥିବା ସତ୍ତେ୍ୱ ଇଭିଏମ୍ ଓ ଭିଭିପାଟ ପ୍ରସଙ୍ଗରେ ବିରୋଧୀଙ୍କ ଦାବିକୁ ନିର୍ବାଚନ ଆୟୋଗ ଶୁଣୁନାହାନ୍ତି । ମଙ୍ଗଳବାର ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଟିଡିପି ନେତୃତ୍ୱରେ୨୩ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି । ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ୫ଠ% ଇଭିଏମ୍ ଭୋଟ୍ ସହ ଭିଭିପାଟ୍ର ଭୋଟ୍ ମିଳାଇବା ପାଇଁ ସେମାନଙ୍କ ପୁରୁଣା ଦାବି ଦୋହରାଇଛନ୍ତି । ସେମାନେ ଖୁବଶୀଘ୍ର ସୁପ୍ରିମକୋର୍ଟରେ ପୁଣି ଆଉ ଏକ ଆବେଦନ କରିବେ ବୋଲି କହିଛନ୍ତି । ଏଥିପାଇଁ ଏକ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ ହୋଇଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ।ନିକଟରେ ବିରୋଧୀଙ୍କ ଏହି ଅ ।ବେଦନର ଶୁଣାଣି କରି ଭୋଟ୍ ଗଣତି ବେଳେ ଭିଭିପାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଗତ ୮ ତାରିଖରେ ନିର୍ବାଚନ କମିଶନ୍ଙ୍କୁ କହିଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ରାୟ ସନ୍ତୋଷଜନକ ନୁହେଁ ବୋଲି ବିରୋଧୀ କହିଛନ୍ତି । ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ବିଶ୍ୱର ୧୯୧ଟି ଦେଶରୁ ୧୮ଟି ଦେଶ ଇଭିଏମ୍ରେ ମତଦାନ କରୁଛନ୍ତି । ଯେଉଁଥିରୁ ୧ଠଟି ଦେଶ ଜନବହୁଳ ଅଟେ । ଇଭିଏମ୍ ସମ୍ପୁର୍ଣ୍ଣ ଭାବେ ଟ୍ୟାମ୍ପରିଂ କରିହେବ । ଭିଭିପାଟରେ ଯେଉଁ ପେପର ସ୍ଲିପ୍ ବାହାରୁଛି ତାହା ୭ ସେକେଣ୍ଡ ପରିବର୍ତ୍ତେ ମାତ୍ର ୩ ସେକେଣ୍ଡ ପାଇଁ ଦେଖାଉଛି । ଯାହାକୁ ପ୍ରୋଗ୍ରାମିଂ ସାହାଯ୍ୟରେ ଟାମ୍ପରିଂ କରାଯିବା ସମ୍ଭବ ବୋଲି ଚନ୍ଦ୍ରବାବୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ