ପୁଣି ଏକ ବାତ୍ୟା ଆଶଙ୍କା ଚିନ୍ତାରେ ଚାଷୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଆସୁଛି ଆଉ ଏକ ବାତ୍ୟା ‘ ବୁଲବୁଲ’ । ବର୍ତମାନ ଧାନ ଅମଳ ସମୟ ହୋଇନଥିବା ବେଳେ ବାତାଁ ସମ୍ପର୍କିତ ଖବର ଚାଷୀଙ୍କୁ ଚିନ୍ତାରେ ପକାଇଛି । ଗତ ୨୦୧୮ ଅକ୍ଟେବାରରେ ଘଟିଥିବା ସାମୁଦ୍ରିକ ଝଡ଼ ତିତଲିର ମହାତାଣ୍ଡବରେ ହିଠଜିଳିକାଟୁ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେ ପୁଣି ବୁଲବୁଲ ସ୍ଥିତିକୁ ଆହୁରି ସଙ୍ଗୀନ କରିଛି । ସାମ୍ଭାବ୍ୟ ବାତ୍ୟା ଓ ବର୍ଷା ପାଇଁ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ଚାଷୀ ମାନେ ଚିନ୍ତାରେ ପଡି଼ ଯାଇଛନ୍ତି । ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା କୁହାଯାଉଛି । ବର୍ତମାନ ଖୋଲା ଆକାଶ ତଳେ କ୍ଷେତରେ ଥିବା ଧାନ ଫସଲ ନଷ୍ଟ ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ । ଗତ ତିତଲି ସମୟରେ ହିଂଜିଳିକାଟୁ ସମତେ ନିକଟବର୍ତି ଅଂଚଳରେ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ପୁଣି ଏକ ବାତ୍ୟା ଆସୁଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ସାମ୍ଭାବ୍ୟ ବର୍ଷା ପାଇଁ ସର୍ତକ ରହିବା ସହ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ କିଛି ଦିନ ତଳେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହିଂଜିଳିକାଟୁ ଅଂଚଳର ଚାଷୀ ମାନେ ଅକଥନୀୟ ଯନ୍ତ୍ରଣାର ସମ୍ମୁଖୀନ ହେବା ସହ ବ୍ୟାପକ ଧାନ ଫସଲ ହାନି ଘଟିଥିଲା । ଏବେ ବୁଲବୁଲ ପ୍ରଭାବରେ ଯଦି ପୁଣି ଥରେ ବର୍ଷା ହୁଏ ତେବେ ଧାନ ଫସଲ ସହ ପନିପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ଚାଷୀ ମାନେ ମୁଣ୍ଡରେ ହାତ ଦେଇ ଭଗବାନଙ୍କ ଭରସାରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ