ପୁଣି ନର୍ଦ୍ଦୋଶରେ ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା

ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା) – ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଅରୁଣ କୁମାର ସାହୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପୁଣି ଆଜି ଏକ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଥିବା ଜଣାଯାଇଛି । ସବ୍ୟସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ ଏବଂ ସ୍ୱରୁପ ପାଳ ସୂଚନା ଦେଇ କହିଛନ୍ତି ଯେ, ଗଜପତି ଜିଲ୍ଲାର ଲୁହାଗୁଡି ଗ୍ରାମ ନିଟକସ୍ଥ ପେଟାରାମ ଛାକ ଠାରେ ବିଗତ ୫-୧୨-୨୦୧୨ ମସିହାରେ ଦୁଇଜଣ ବ୍ୟକ୍ତି ସବ୍ୟସାଚୀଙ୍କୁ ବନ୍ଧୁକ, ଗୁଳି, କେତେକ ବିସ୍ପୋରକ ଆଦି ଯୋଗାଉଥିବା ଅଭିଯୋଗରେ ସବ୍ୟସାଚୀଙ୍କୁ ପୋଲିସ ସମ୍ପୁକ୍ତ କରି ଏକ ମକଦମା ରୁଜୁ କରିଥିଲା । ଏଥି ଅନୁଯାଇ ମୋହନା ଥାନା ଜି.ଆର. କେସ୍ ନଂ ୧୯୧/୧୨ରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାଟି ଗଜପତି ଜିଲ୍ଲା ଅତିରିକ୍ତ ଦୌରାଜର୍ଜଙ୍କ କୋର୍ଟରେ ଏସ.ପି. ୩୮/୧୭ ନଂ ବିଶିଷ୍ଟ ମାମଲାରେ ବିଚାରଣା ଚାଲୁ ରହିଥିଲା । ଗତକାଲି ଏହି ବିଚାରଣାର ଶେଷ ସାକ୍ଷୀଙ୍କ ବିଚାରଣା ସରିଥିଲା । ଏହି ବିଚାରଣାରେ ସାକ୍ଷମାନେ ଆବଶ୍ୟକ ପ୍ରମାଣ ଦେଇ ନଥିବା ଯୋଗୁଁ ନିର୍ଦ୍ଦୋଶରେ ସବ୍ୟସାଚୀଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଅରୁଣ କୁମାର ସାହୁ ଆଜି ଖଲାସ କରିଛନ୍ତି । ମାଓନେତା ସବ୍ୟସାଚୀ ପଣ୍ଡା ନାମରେ ଗଜପତି ଜିଲ୍ଲାରେ ମୋଟ ୪୨ଗୋଟି ମକଦମା ରୁଜୁ ହୋଇ ବିଚାରଣା ଚାଲୁ ରହିଛି । ଏଥିରୁ ଆଜି ସୁଦ୍ଧା ୨୨ଗୋଟି ମାମଲାରେ ସବ୍ୟ୍ୟସାଚୀ ନିର୍ଦ୍ଦୋଶରେ ଖଲାସ ହୋଇଥିବା ମଧ୍ୟ ଏହି ଦୁଇ ଓକିଲ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ