ପୁଣି ଏକ ଶିକ୍ଷକ ଙ୍କ କୋରନା ଜନିତ ମୃତ୍ୟୁ
ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରବୀନ୍ଦ୍ର ନାଥ ସେନାପତିଙ୍କ ଆଜି ୧୭/୮/୨୦ ତାରିଖରେ ଏମ.କେ.ସି.ଜି. କୋଭିଡ ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସ୍ବର୍ଗତ ରବୀନ୍ଦ୍ର ନାଥ ସେନାପତି କୋଭିଡ କାର୍ଯ୍ୟ ଆରମ୍ଭ ସମୟରୁ ସ୍ୱାସ୍ଥ୍ୟ ଖରାପ ହେଲା ପର୍ଯ୍ୟନ୍ତ ସରକାରଙ୍କ କୋଭିଡ କାର୍ଯ୍ୟରେ କାର୍ଯ୍ୟରତ ଥିଲେ। ସରକାର ବର୍ତ୍ତମାନ ସୁଦ୍ଧା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିନଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କରୋନା କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ସ୍ବର୍ଗତ ରବୀନ୍ଦ୍ର ନାଥ ସେନାପତିଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ସରକାରୀ ସହାୟତା ଯୋଗାଇଦେବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ କରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ଦୃଢ଼ ଦାବୀ ହୋଇଛି।