ପୁଣି ଏମର୍ଜେନ୍ସି ଲେଉଟିବ? – ମାୟାଧର
ଭାରତରେ କେନ୍ଦ୍ର ହେଉ କି ରାଜ୍ୟ କୌଣସି ସରକାର ଶତକଡା ୫୧ ପରସେଣ୍ଟ ଭୋଟ୍ପାଇ ସରକାର କରିପାରନ୍ତିନାହିଁ । ଏପରିକି କୌଣସି ଜନପ୍ରତିନିଧି ଅଧାରୁ ଅଧିକ ଭୋଟ୍ରେ ଜିତିନାହାଁନ୍ତି । ଯେହେତୁ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର – ଏଠି ଅନେକ ଦଳ,ଭାଷା,ଜାତି,ଧର୍ମ । ସମ୍ବିଧାନରେ ସ୍ୱିକୃତ ଯେ – ଜାତି,ବର୍ଣ୍ଣ,ଧର୍ମ ନାଁରେ କେହି ରାଜନୀତି କରିପାରିବେନାହିଁ । ସମ୍ବିଧାନକୁ କେହି ମାନୁନାହାଁନ୍ତି । ତାଙ୍କୁ ଦଣ୍ଡ ମଧ୍ୟ ନାହିଁ । ଏକମାତ୍ର ଦଣ୍ଡ ଦେଇପାରିବେ ନାଗରିକଙ୍କ ଭୋଟ୍ଦାନ ବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ କହିଛନ୍ତି ।
ଶ୍ରୀ ନାୟକ ପ୍ରେସ୍ ଇସ୍ତାହାରରେ ଲେଖିଛନ୍ତି – ସ୍ୱାଧୀନତା ପୂର୍ବରୁ କଂଗ୍ରେସ, କମ୍ୟୁନିଷ୍ଟ, ସୋସାଲିଷ୍ଟ, ଜନସଂଘ ପ୍ରମୁଖ ଦଳ ଥିଲେ । ସେମାନେ ସମସ୍ତେ ଯେଝା ବାଟରେ ବ୍ରିଟିଶ୍ ବିରୁଦ୍ଧରେ ଲଢୁଥିଲେ । ଦେଶ ସ୍ୱାଧୀନ ହେଲାପରେ ଦଳମାନେ ଅଲଗା ଅଲଗା ପରଷ୍ପର ପରଷ୍ପର ବିରୋଧରେ ନିର୍ବାଚନ ଲଢିଲେ । ସମୁଦାୟ ଭୋଟର ଅଧାରୁ କମ୍ ଭୋଟ୍ପାଇଁ ମଧ୍ୟ ସରକାର ଗଢିଲେ । ଏହି ଧାରାରେ କଂଗ୍ରେସ କେନ୍ଦ୍ର ଓ ରାଜ୍ୟରେ ସରକାର ଚଳାଇଲେ । ଏମନ୍ତ ୨୮ବର୍ଷ ଚାଲିଲାପରେ ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପରେ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଆସି ଅପବ୍ୟବହାର କଲେ । ଜୟପ୍ରକାଶ ନାରାୟଣ ମୁଖ୍ୟ ୬ଟି ବିରୋଧୀଦଳ ଛୋଟଛୋଟ ଦଳ, ସଂଗଠନକୁ ନେଇ ସଂପୂର୍ଣ୍ଣ ବିପ୍ଲବ ଆରମ୍ଭ କଲେ । ଚାରିଆଡେ ଲୋକେ ମାତିଲେ – ତାତିଲେ – ଗର୍ଜିଉଠିଲେ । ୧୯୭୫ ଜୁନ୍ ୨୬ରେ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରିକଲେ । ୧୯ମାସ ପରେ ନିର୍ବାଚନ ଘୋଷଣା । ୬ଦଳ ଏକାଠି ହୋଇ ଜେ.ପି.ଙ୍କ ନେତୃତ୍ୱରେ ଭାରତୀୟ ଜନତା ଦଳ ଗଠନକରି ନିର୍ବାଚନ ଲଢି କ୍ଷମତାସୀନ ହେଲେ । ନିଜ ନିଜ ଭିତରେ ଝଗଡାଲାଗି ସରକାର ଭାଙ୍ଗିଲା । ୬ଦଳ ୧୨ଦଳରେ ବିଭକ୍ତ ହେଲେ ।
ଏବେ ଦେଶର ଯାହା ପରିସ୍ଥିତି ପୁଣି ହୁଏତ ଏମର୍ଜେନ୍ସି ଲେଉଟିପାରେ ! ପ୍ରଧାନମନ୍ତ୍ରୀ ମୋଦୀଜୀ ଯେତେଦିନ ରହୁଛନ୍ତି – ସେତିକିଦିନ ଅଟଳବିହାରୀ ବାଜପେୟୀଙ୍କର ବିପର୍ଯ୍ୟୟ ଘଟୁଛି । ଯାହା ବିଜେପି ପାଇଁ ମରଣଘଣ୍ଟି ବାଜିବାର ଅବସମ୍ଭାବୀ ପରିଣାମ । ଏବେଠୁ ସବୁ ବିରୋଧୀଦଳଙ୍କ ମହାମେଣ୍ଟ ହେଉ । ଯିଏ ନେତୃତ୍ୱ ନେବେ – ସେ ସରକାରରେ କୌଣସି ପଦପଦବୀରେ ରହିବା ଉଚିତ୍ ନୁହେଁ । ଏକକୁ ଏକ ଲଢିଲେ ମୋଦୀ ସରକାର ହଟିଯିବେ । ଦେଶରେ ଆଉଜଣେ ଗାନ୍ଧୀ, ନେତାଜୀ, ଜୟପ୍ରକାଶ ବାହାରନ୍ତୁ । ଏହାହିଁ ସମୟର ଆହ୍ୱାନବୋଲି ଶ୍ରୀ ନାୟକ ଭବିଷ୍ୟବାଣୀ ଶୁଣାଇଛନ୍ତି ।