ପୁଣି ଏମ୍ ରାମପୁରରେ ମାଓ ବ୍ୟାନର
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):- ଆଙ୍କର:- କିଛି ଦିନର ନୀରବତା ପରେ ପୁଣି କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ନିକଟସ୍ଥ ତୁଜୁଙ୍ଗ ଗାଁ ନିକଟ ରେ ଥିବା ଏକ ଗଛରେ ଲାଗିଛି ମାଓ ବ୍ୟାନର । ତୁଜଙ୍ଗ ଗାଁ ରେ ଥିବା ଶ୍ରୀ ଏଜୁକେସନ ନାମକ ଶିକ୍ଷା ଅନୁଷ୍ଠାନ କୁ ଟାର୍ଗେଟ କରିଛନ୍ତି ମାଓବାଦୀ । ବ୍ୟାନର ରେ ଶ୍ରୀ ଏଜୁକେସନ ରେ ପାଠ ପଢୁଥିବା ଝିଅମାନଙ୍କୁ ଶାରିରୀକ ନିର୍ଯ୍ୟାତନା ଦିଆ ଯାଉଥିବା ବେଳେ ଅଭିଯୋଗ କଲେ ଜୀବନ ରେ ମାରିଦେବାକୁ ଧମକ ଦିଆଯାଉଥିବା,ଏଥି ପ୍ରତି ସରକାର ପଦକ୍ଷେପ ନେବା ସହ ଝିଅ ମାନଙ୍କୁ ସୁରକ୍ଷା ଦେବା ସହ ସିପିଆଇ ମାଓବାଦୀ ପକ୍ଷରୁ ବ୍ୟାନର ମରାଯାଇଥିବା ଉଲ୍ଲେଖ ରହିଛି। ଆଜି ର ଏହି ପୋଷ୍ଟର ପରେ ଅଞ୍ଚଳ ରେ ପୁଣି ଚର୍ଚ୍ଚା ଜୋର ଧରିଛି ।


