ପୁଣି କମିବ ପାରଦ, କେତେକ ଜିଲ୍ଲାରେ ବର୍ଷା

ଭୁବନେଶ୍ବର : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆଗାମୀ ଦୁଇ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସାରା ରାଜ୍ୟରେ ଥଣ୍ଡା ବଢିବାକୁ ଥିବା ବେଳେ ବୁଧବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ଅନୁଗୁଳ, ବୌଦ୍ଧ, ସୋନପୁର ଓ ଦେବଗଡ ଜିଲ୍ଲାରେ ଥଣ୍ଡା ଲାଗି ରହିବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ନୂଆପଡା, ବରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ ଜିଲ୍ଲାଗୁଡିକରେ ଆସନ୍ତାକାଲି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ