ପୁଣି କମିଲା ପେଟ୍ରୋଲ, ଡିଜେଲ ଦର
ଭୁବନେଶ୍ୱର, (ୱାଇଏନ୍ଏସ୍): ଆଜି ପୁଣି ଥରେ ତେଲଦର ହ୍ରାସ ପାଇଛି । ପେଟ୍ରୋଲ ଲିଟର ପିଛା ୨୦ ପଇସା ଓ ଡିଜେଲ ଲିଟର ପିଛା ୨୧ ପଇସା କମିଛି । କ୍ରମାଗତ ୨ୟ ଦିନ ପାଇଁ ତେଲ ଦର କମିବା ଦ୍ବାରା ସାଧାରଣ ଖାଉଟିଙ୍କ ମଧ୍ୟରେ କିଞ୍ଚିତ ଆଶାର ସଂଚାର ହୋଇଛି । ବୁଧବାରଦିନ ପେଟ୍ରୋଲ ୧୮ ପଇସା ଓ ଡିଜେଲ ୧୭ ପଇସା କମିଥିଲା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଯୋଗୁଁ ଦେଶରେ ତେଲଦର କମୁଥିବା କୁହାଯାଉଛି ।