ପୁଣି କଲଭର୍ଟ ଉପରକୁ ଚଢ଼ିଗଲା ଯାତ୍ରୀବାହୀ ବସ ;ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

ସାନଖେମୁଣ୍ଡି ,(ପଦ୍ମଲୋଚନ ପାଣିଗ୍ରାହୀ) :   ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ପୁଣି ଏକ ଯାତ୍ରୀ ବାହୀ ବସ ପୋଲ ଗାର୍ଡ ୱାର୍ଲ ଉପରକୁ ଚଢ଼ିଯାଇଥିଲା l ବସଟି ତଳକୁ ନଖସି ଲାଗିରହିଯିବାରୁ ଏଥିରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଗଜପତି ଜିଲ୍ଲା ଚୁଡ଼ଙ୍ଗପୁର ରୁ ବ୍ରହ୍ମପୁର ଆସୁଥିବା ମହାବୀର ନାମକ ଏକ ବସଟି ଖେମୁଣ୍ଡିଖୋଲ ନିକଟ ବୁଲାଣିଆରେ ଘନ କୁହୁଡି ଥିବା ହେତୁ ବସ ଡ୍ରାଇଭରକୁ ଦେଖାଯାଇନଥିବା ହେତୁ ଗାର୍ଡ ୱାର୍ଲକୁ ମାଡିଯାଇଥିଲା  ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ l ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହନୀ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ କ୍ରେନ୍ ମାଧ୍ୟମରେ ଗାଡ଼ିକୁ ବାହାର କରାଯାଇଥିଲା l ଘଟଣା ସ୍ଥଳରେ ପାଟପୁର ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ସମସ୍ତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ ପାଟପୁର ପୋଲିସ ତଦନ୍ତ ଚଳାଇ ଥିବା ବେଳେ କିଛି ଘଣ୍ଟା ବ୍ରମହପୁର-ରାୟଗଡା ରାସ୍ତା ର ଉଭୟ ପାର୍ଶ୍ଵ ରେ ବହୁତସଂଖ୍ୟା ର ଗାଡି ଅଟକି ରହିଥିଲା । ଦୁର୍ଘଟଣା ରେ କାହାରିକୁ ଆଘାତ ହୋଇନଥିବା ଜଣା ପଡିଛି । ଗତବର୍ଷ ଫେବୃଆରୀ ମାସରେ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ଜିରାଙ୍ଗ ରୁ ବାହାରି ୫୦ ରୁ ଉର୍ଦ୍ଧ ଯାତ୍ରୀ ଙ୍କୁ ନେଇ ବ୍ରମହପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗ ରୁ ଆସୁଥିବା ଏକ ଟ୍ରକ କୁ ଖେମୁଣ୍ଡିଖୋଲା କଲଭର୍ଟ ରେ ଟ୍ରକ କୁ ସାଇଡ ଦେବାକୁ ଯାଇ ପୋଲ ଉପରକୁ ଚଢିଯାଇଥିଲା । ତଳକୁ ନ ଖସିବା ଯୋଗୁଁ  ବସ ରେ ଥିବା ଯାତ୍ରୀ ସୁରକ୍ଷିତ ଭାବେ ପଛ ଗେଟ ଦେଇ ବାହାରିଥିଲେ । ଏ ଭଳି ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଞ୍ଚଳ ବାସୀଙ୍କ ଅଭିଯୋଗ ହୋଇଥିବା ଶୁଣିବାକୁ ମିଳିଛି । ରାସ୍ତାର ସଂକୀର୍ଣ୍ଣତା ଏବଂ ରାସ୍ତା ର ଉର୍ଣ୍ଣତୀ କାରଣ ଓ ପ୍ରଶସ୍ତି କରଣ ଏ ଭଳି ଦୁର୍ଘଟଣା କୁ ଏଡାଇ ଦଇପରେବ ବୋଲି ବୁଦ୍ଧିଜୀବୀ ମହଲରେ ରେ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ