ପୁଣି ଗ୍ୟାସ୍ ଲିକ: ୨ ମୃତ, ୪ ଗୁରୁତର

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରର ଜବାହରଲାଲ ନେହରୁ ଫାର୍ମା ସିଟିର ଏକ ଫାର୍ମା କେମିକାଲ୍ସରେ ଗ୍ୟାସ୍ ଲିକ ହେବା ଯୋଗୁ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଅନ୍ୟ ୪ ଶ୍ରମିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ସକାଳେ ସେନର ଲାଇଫ୍ ସାଇନ୍ସ ଫାର୍ମା କମ୍ପାନୀରୁ ବେଞ୍ଜିମିଡାଜୋଲ ଗ୍ୟାସ୍ ଲିକ ହେବା କାରଣରୁ ଏପରି ଅଘଟଣ ଘଟିଛି। ଗ୍ୟାସ ଲିକ ବେଳେ କମ୍ପାନୀ ପରିସରରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ। ମାତ୍ର ଅନ୍ୟମାନଙ୍କ ଅବସ୍ଥା ଭଲ ରହିଥିବା ସୂଚନା ମିଳିଛି। ମଙ୍ଗଳବାର ଭୋରରୁ କୌଣସି କାରଣରୁ ଗ୍ୟାସ ଲିକ୍ ହୋଇଥିଲା। ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ, ପୋଲିସ କମିଶନର ଉକ୍ତ ଫାର୍ମା କମ୍ପାନୀରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଗ୍ୟାସ୍ ଳିକ ହେବାର ପ୍ରକୃତ କାରଣ କ’ଣ ଜଣା ପଡ଼ି ନ ଥିଲେ ବି ପ୍ରାଥମିକ ସୂଚନାନୁସାରେ କୌଣସି ଏକ ଟେକ୍ନିକାଲ ତ୍ରୁଟି ପାଇଁ ଗ୍ୟାସ ଲିକ ହୋଇଥିବା କୁହାଯାଉଛି। କିଛି ଦିନ ତଳେ ବିଶାଖାପାଟଣାର ଏଲଜି ପଲିମର ପ୍ଲାଣ୍ଟରେ ଗ୍ୟାସ ଲିକ ଯୋଗୁ ୧୨ ଜଣ ଶ୍ରମିକଙ୍କ ପ୍ରାଣ ଯାଇଥିଲା। ତେଣୁ ଜିଲ୍ଲା ପ୍ରଶାସନ ଏହି ଗ୍ୟାସ ଲିକ ଘଟଣାକୁ ଗୁରୁତର ସହ ନେଇ ଅନୁସନ୍ଧାନ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଧ୍ୟ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ