ପୁଣି ଜଣେ ଅସହାୟ
ମାଲକାନିଗିରି (ଅରୁଣିମା ପୁରୋହିତ): ସାତ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ବ୍ଲକ ସ୍ଥିତ କମାରଗୁଡା ଗ୍ରାମର ସନ୍ତୋଷ ପାଙ୍ଗି ଙ୍କ ଛୋଟ ଦୋକାନ ଓ ଘର ର କାନ୍ଥ ଭୁଶୁଡି ପଡିଛି। ସେହି କାନ୍ଥ ଭୁଶୁଡିବା ସମୟରେ ଝିଅ କମଳା ପାଙ୍ଗି ,୧୨ ବର୍ଷ, ସୋଇଥିବା ବେଳେ କାନ୍ଥ ଟି କମଳା ପାଙ୍ଗି ଉପରେ ପଡି ଛାତି ଓ ହାତକୁ ଆଘାତ ହେଇଥିଲା ସେଠାରୁ ଅଟୋ ଯୋଗେ ଚିତ୍ରକୋଣ୍ଡା ମେଡିକାଲ ନେଇଥିଲେ। ସେଠାରେ ସେ ମେଡ଼ିସିନ ନେବା ପରେ ସୁସ୍ତ ଥିବା ଜଣା ପଡ଼ିଛି। ସନ୍ତୋଷ ପାଙ୍ଗି ଅତି ଗରିବ ନିଜ ପାଖରେ ଜମି ଖଣ୍ଡିଏ ନ ନଥିବାରୁ ଏହି ଛୋଟ ଦୋକାନ କରିଥିଲେ ,ବର୍ତ୍ତମାନ ଦୋକାନ ରେ ଓ ଘରେ ଥିବା ବହୁତ ଜିନିଷ ପତ୍ର ଗୁଡ଼ିକ ନଷ୍ଟ ହେବା ସହ ସେମାନେ ମୁଣ୍ଡ ଗୁଞ୍ଜିବା କୁ ଜାଗା ନ ଥିବା କହିଛନ୍ତି,ସେ ଅତି ଗରିବ ହୋଇଥିବାରୁ ସରକାରୀ ସାହାଯ୍ୟର ସହାୟତା କୁ ଅପେକ୍ଷା କରୁଛନ୍ତି।


