ପୁଣି ଜନନୀ ଯନ୍ତ୍ରଣା ଭରା ନଦୀ ପାର ହୋଇ ୪କିମି ଭାରରେ ବୁହାହେଲେ ଗର୍ଭବତୀ

କଲ୍ୟାଣସିଂହପୁର,(ଏଙ୍କେଟେଶ୍ୱର ପାଢ଼ୀ): ପୁଣି ଜନନୀ ଯନ୍ତ୍ରଣା ଦେଖୁବାକୁ ମିଳିଛି ରାୟଗଡ଼ା ଜିଲାର କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଗ୍ରାମରେ। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଘଟଣା ବେସ ଚର୍ଚ୍ଚାର ବିଷୟ ପାଲଟିଛି।ଘଟଣା ଅଞ୍ଚଳରେ ନୂଆ ହୋଇନଥିଲେ ମଧ୍ୟ ସରକାରଙ୍କ ବିକାଶ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।ଜଣେ ଗର୍ଭବତୀଙ୍କୁ ୪କିମି କଚା ରାସ୍ତାରେ ପରିବାର ଲୋକ ଭାରରେ ବୋହି ଆଣି ଡାକ୍ତରଖାନା ଆଣି ଥିବା ଘଟଣା ଅଞ୍ଚଳରେ ୨୪ ବର୍ଷର ବିକାରକୂ ପଦରେ ପକାଇଥିବା କହିଛନ୍ତି ଅଞ୍ଚଳ ବାସି।ରାୟଗଡା ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲା ଥୁଆମୂଳ ଆମୂଳ ରାମପୁର ବ୍ଳକର ସିଲେଟ ପଞ୍ଚାୟତ ଅନ୍ତର୍ଗତ ମାଲିତିପଦର ଗ୍ରାମର। ଗ୍ରାମର ଗର୍ଭବତୀ ଅନିତା ମାଝୀଙ୍କୁ ସମ୍ପର୍କୀୟମାନେ ଚାରିକିମି ବାଟ ନାଗାବଳି ନଦୀ ଓ କାଦୁଅ ରାସ୍ତା ରେ ବୋହି ଆଣି କଷ୍ଟ ରେ ଲ୍ଯାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଛନ୍ତି।ଗତକାଲି ରାତିରୁ ଅନିତା ଗର୍ଭ ଯନ୍ତ୍ରଣା ଛଟପଟ ହେଉଥିବା ଦେଖି ସ୍ୱାମୀ ଲାଲୁ ମାଝୀ ସହି ପାରିଲା ନାହିଁ। ରାତ୍ର ପ୍ରବଳ ବର୍ଷା ବାହାରକୁ ବାହାରି ହେଉନି। ରାତ୍ର ଜେନାତେନ ପ୍ରକାରେ ରହିଗଲେ। ସକାଳ ହେବାରୁ ସ୍ଵାମୀ ଲାଲୁ ମ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କଲ୍ୟାଣସିଂହପୁରକୁ ଆସିବା ପାଇଁ ଗ୍ରାମରୁ ରହିଥ‌ିବା ରାସ୍ତା ବିପଦଜନକ ନାଗାବଳି ନାଳ ପାରି ହୋଇ କଳାହାଣ୍ଡି ଜିଲା ସୀମାନ୍ତ କଲ୍ୟାଣସିମଘପୁର ଆସିବା ପାଇଁ ନାଗାବଳୀ ନଦୀ ପାରି ହୋଇ ୧୨ କିମି ଆସିବାକୁ ପଡ଼ିଥାଏ। ତେବେ ସ୍ଥିତି ଧୀରେ ଧୀରେ ବିଗୁଡ଼ୁଥ‌ିବାରୁ ପରିବାର ଗ୍ରାମର ଲୋକେ ଗର୍ଭବତୀଙ୍କୁ ଏକ ଶାଢ଼ୀରେ ବାନ୍ଧି ଭାର କରି ନାଗାବଳୀ ନଦୀ ପାର କରିଥୂଲେ। ନଦୀ ପାର ହୋଇ ପ୍ରାୟ ତିନି କିମି କଚା ରାସ୍ତାରେ କାଦୁଅ ରେ ବୋହି ପରେ ସେଠାରୁ ୧୦୨ ଆମ୍ବୁଲାନସ ଗାଡ଼ିରେ କଲ୍ୟାଣସିଂହ ସିଂହପୁର କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନିତା ବହୁ ଦୁର୍ବଳ ହୋଇ ଯାଇଥିବାରୁ ଡାକ୍ତର ବହୁ ଚେଷ୍ଟା ପରେ ଅନିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା ଓ ସୁସ୍ଥ ରହିଥ‌ିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ