ପୁଣି ଜନନୀ ଯନ୍ତ୍ରଣା ରାସ୍ତାରେ ପ୍ରସବ କଲେ ଗର୍ଭବତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୁଣି ଜନନୀ ଯନ୍ତ୍ରଣା ।ଆମ୍ବୁଲାନ୍ସ ପହଞ୍ଚିପାରିଲାନି ।ଅଟୋରେ ଡାକ୍ତରଖାନା ନେବାବେଳେ ବାଟରେ ଜନ୍ମ ହେଲା ଶିଶୁ ପୁତ୍ର । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ଅଧିନ ରଙ୍ଗମାଟିଆ ଗାଁରେ ।ଗାଁରେ ଜଣେ ଗର୍ଭବତୀ ମହିଳା ଅନିତା ନାୟକଙ୍କ ପ୍ରସବ ବେଦନା ଅସହ୍ୟ ହେବାରୁ ଆଶା ଦିଦି ଓ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଅସହ୍ୟ ବେଦନା ଯୋଗୁଁ ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାବେଳେ ଅଧା ରାସ୍ତାରେ ହିଁ ଅଟୋରେ ଜନ୍ମ ହେଲା ଗୋଟିଏ ଶିଶୁ ପୁତ୍ର ।ତଥାପି ସେମାନେ ସେହି ଅଟୋ ଯୋଗେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମା ଓ ଶିଶୁ ପୁତ୍ର ସୁସ୍ଥ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ