ପୁଣି ଥରେ ଆଇ ଲଭ୍ ୟୁ

ଗୀତ ରଚନା କରୁଥିବା ଜଣେ ଯୁବକର ହୃଦୟ ନିଶ୍ଚିତ ସରଳ ଓ ଭାବପ୍ରବଣ ହେଇଥାଏ । ସେମିତି ଜଣେ ଯୁବକ ଯେବେ ପ୍ରେମରେ ପଡ଼େ ସେ ଦୁର୍ବଳମନା ହେବା ସ୍ୱାଭାବିକ । ହେଲେ ତାଙ୍କ ପ୍ରତିଭା ପାଖରେ ଏକାବେଳେ ଦୁଇ ଜଣ ଯୁବତୀ ବାୟା ହେଉଛନ୍ତି । କଣ ହେଇଛି ପ୍ରେମର ପରିଣତି । କିଏ ପାଉଛି ମନର ମଣିଷକୁ । ଅଥବା ପ୍ରେମିକାକୁ ପାଇବା ପାଇଁ ପ୍ରେମିକକୁ କି କ୍ଷତି ସହିବାକୁ ପଡ଼ୁଛି? ଏମିତି କିଛି ସସପେନ୍ସକୁ ନେଇ କାହାଣୀ ଗତିଶୀଳ ହେଉଛି । ଆଇ ଲଭ୍ ୟୁ ବାବୁ ଆଉ ଲଭ୍ ୟୁ ପରେ ଏବେ ଓଲିଉଡରେ ପ୍ରସ୍ତୁତ ହୋଇଛି ସେମିତି ଏକ ଶୀର୍ଷକର ସିନେମା ଯାହା ନାଁ ରହିଛି ତୁ କହିଦେ ଆଇ ଲଭ୍ ୟୁ । ବି.କେ ପ୍ରଡକ୍ସନ ବ୍ୟାନର ନିବେଦିତ ଏକ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବିକ୍ରମ ମହାପାତ୍ର ଓ ପ୍ରଭାତ କୁମାର ମହାପାତ୍ର । ସଂଳାପ ରଚନା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟବ୍ରତ ନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୁର୍ଗା, ନବ ଓ ସରୋଜ । ଏହି ସିନେମାରେ ‘ଲଭ ପ୍ରମିଜ’ର ନାୟକ ରାକେଶ ଏବଂ ସୁନ୍ଦରଗଡ଼ର ସଲମାନ ଖାନର ନାୟିକା ଦିବ୍ୟାଙ୍କ ବ୍ୟତୀତ ସମନ୍ୱିତା, ମିହିର ଦାସ, ପ୍ରୀତିରାଜ, ନମ୍ରତା ଦାସ, ପ୍ରଜ୍ଞା, ଜୀବନ ପଣ୍ଡା ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ