ପୁଣି ଦୁଇଦିନିଆ ଚନ୍ଦ୍ରଭାଗା ଉତ୍ସବ ଆୟୋଜନ ନିଷ୍ପତ୍ତି

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ଚନ୍ଦ୍ରଭାଗାର ୩୧/୩୨ବର୍ଷ ମହୋତ୍ସବର ସଂକ୍ଷିପ୍ତ କାର୍ଯ୍ୟକ୍ରମକୁ କରୋନା ପ୍ରକୋପ ହ୍ରାସପରେ ପୁଣି ଦୁଇଦିନିଆ ଉତ୍ସବ ଆୟୋଜନ ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ହୋଟେଲ କଳିଙ୍ଗ ପରିସରରେ ବରିଷ୍ଠ ଉପଦେଷ୍ଟା ରଜନୀ ଶତପଥୀଙ୍କ ପୌରୋହିତ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ୫ ଦିନିଆ ଚନ୍ଦ୍ରଭାଗା ମହୋତ୍ସବକୁ ଗତ ଡିସେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ମଧ୍ୟରେ ସଂକ୍ଷିପ୍ତ କରାଯାଇ ଅନୁଷ୍ଠିତ ହୋଇଥିଲା । ଅସଂପୂର୍ଣ୍ଣ ଭାବରେ ଆୟୋଜିତ ଚନ୍ଦ୍ରଭାଗୋତ୍ସବର ଅବଶିଷ୍ଟ ଉଦଯାପନୀ କାର୍ଯ୍ୟକ୍ରମ ଆସନ୍ତା ଫେବ୍ରୁଆରି ମାସ ଶେଷ ଭାଗରେ ଆୟୋଜନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ଦୁଇଦିନ ନିରାଡମ୍ବର ଭାବେ ଏହି ଉତ୍ସବ ପାଇଁ ବୈଠକରେ ସର୍ବ ସମ୍ମତ୍ତିକ୍ରମେ ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ