ପୁଣି ନୂଆବସଷ୍ଟାଣ୍ଡ ପଛପଟେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନୂଆବସ୍ଷ୍ଟାଣ୍ଡ ପଛପାଶ୍ୱର୍ର ପରିତ୍ୟକ୍ତ ସ୍ଥାନରୁ ପୁଣି ଜଣେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର ହୋଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ସୂଚନା ପ୍ରକାରେ ଉଦ୍ଧାର ହୋଇଥିବା ଶବ ଜେଣେ ମହିଳା ଏବଂ ତାଙ୍କ ବୟସ ଆନୁମାନିକ ୨୦ହେବ । ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ହାବିଲଦାର ତ୍ରିନାଥ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ୮/୨୨ରେ ଏକ ମାମଲା ରୁଜୁକରି ଦଫା ୩୦୨/୨୦୧ ଅନୁଯାୟୀ ତଦନ୍ତ ଚାଲୁ ରହିଥିବାର ଥାନା ସୂତ୍ରରୁ ପ୍ରକାଶ । ସୂଚନା ଯୋଗ୍ୟ ଯେ, ପ୍ରାୟ ଏକମାସ ପୂର୍ବେ ଏହି ଅଞ୍ଚଳରେ ଏପରି ଜଣେ ଅଚିହ୍ନା ଯୁବତୀ/ମହିଳାଙ୍କ ଶବ ଉଦ୍ଧାର ହୋଇଥିଲା ।


