ପୁଣି ଫେରିଲେ ବିଜୟ

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଆଜି ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହିତ ଆଲୋଚନା କରିବା ପରେ ସେ ଦଳକୁ ଫେରିଛନ୍ତି। ଗତବର୍ଷ ନଭେମ୍ବର ୩୦ ତାରିଖରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ।
ବିଜେପିକୁ ଫେରିବା ପରେ ବିଜୟ କହିଛନ୍ତି, ଅରୁଣ ସିଂହ ଓ ଦଳର ରାଷ୍ଟ୍ରୀୟ ଉପ-ସଭାପତି ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ବହୁ ସମୟ ଧରି ଆଲୋଚନା ହେଲା। ଟେଲିଫୋନ୍‌ରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ କଥାବାର୍ତ୍ତା ହୋଇଥିଲା। ଦଳର ଅନ୍ୟ ରାଷ୍ଟ୍ରୀୟ ନେତାଙ୍କ ସହ ବି ଆଲୋଚନା ହୋଇଥିଲା। ନିର୍ବାଚନ ପାଖେଇ ଆସୁଥିବାରୁ ଓଡ଼ିଶାରେ ନୂଆ ପରିବର୍ତ୍ତନ ଆଣିବା ପାଇଁ ଆମକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ। ପୁରୁଣା କଥା ଭୁଲି ନୂଆ ସଂକଳ୍ପ ସହ ଆମେ ଆଗକୁ ବଢ଼ିବୁ।ବିଜୟ କେଉଁଠାରୁ ନିର୍ବାଚନ ଲଢ଼ିବେ, ତାହା ସ୍ପଷ୍ଟ ହୋଇନାହିଁ। ସେ କହିଛନ୍ତି, ଏନେଇ ଦଳ ନିଷ୍ପତ୍ତି ନେବ।ରାଜ୍ୟ ପ୍ରଭାରୀ ଅରୁଣ ସିଂହ କହିଛନ୍ତି,”ବିଜୟ ମହାପାତ୍ର କେଉଁଠାରୁ ନିର୍ବାଚନ ଲଢ଼ିବେ, ସେ ନିଷ୍ପତ୍ତି ଦଳର କେନ୍ଦ୍ରୀୟ କମିଟି ନେବ। ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। କେନ୍ଦ୍ରାପଡ଼ାରେ ବିଜେପି ନିଶ୍ଚିତ ଜିତିବ। ପୂର୍ବଥର ଅପେକ୍ଷା ବୈଜୟନ୍ତ ପଣ୍ଡା ଏଥର ଅଧିକ ଭୋଟ୍‌ରେ ବିଜୟୀ ହେବେ।”
ବୈଜୟନ୍ତ କହିଛନ୍ତି, ବିଜୟ ମହାପାତ୍ର ବିଜେପିର ଜଣେ ବରିଷ୍ଠ ନେତା। ସେ ପ୍ରଚାର ଆରମ୍ଭ କରିବେ। ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ଆମେ ପ୍ରଧାନମନ୍ତ୍ରୀ କରିବୁ। ଓଡ଼ିଶାରେ ପରିବର୍ତ୍ତନର ଯେଉଁ ନାରା ଚାଲିଛି, ତାହା ନିଶ୍ଚିତ ସଫଳ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ