ପୁଣି ବାଜିମାରିଲେ ଛାତ୍ରୀ, ଓଜେଏସ୍ ଟପ୍ପର ହେଲେ ଈପ୍ସିତା

(ଯୁଗାବ୍ଦ ନ୍ୟୁଜ )୨୦୧୮-୧୯ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍) ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ରାଜ୍ୟ ର ପ୍ରଥମ ସ୍ଥାନ ହାସଲ କରିଛନ୍ତି ଈପ୍ସିତା ଅଭିନନ୍ଦିତା ମିଶ୍ର ଦ୍ଵିତୀୟ ସ୍ଥାନରେ ତନ୍ମୟ ରଞ୍ଜନ ଦାସ, ତୃତୀୟ ସ୍ଥାନରେ ଶ୍ରୁତକିର୍ତ୍ତି ଆଚାର୍ଯ୍ୟ ରହିଛନ୍ତି। ଓଜେଏସ୍ରେ ମୋଟ୍ ୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତକାର‌୍ୟ୍ୟ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୨୬ ଜଣ ଛାତ୍ରୀ ଓ ୧୫ ଜଣ ଛାତ୍ର। ଓପିଏସସି ପକ୍ଷରୁ ୨୦୧୮-୧୯ ବର୍ଷ ପାଇଁ ମୋଟ୍ ୨୭୫୨ ଜଣ ପରୀକ୍ଷାର୍ଥୀ ପ୍ରିଲିମିନାରି ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୫୧୩ଜଣ ପୀରକ୍ଷାର୍ଥୀ ମୌଖିକ ପରୀକ୍ଷା ଦେବାକୁ ଚୟନ ହୋଇଥିଲେ। ମୌଖିକ ପରୀକ୍ଷାରେ ମୋଟ୍ ୬୩ ଜଣ କୃତକାର୍ଯ୍ୟ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ