ପୁଣି ବିବାଦ ଘେରରେ ଓଡ଼ିଶା କ୍ରିକେଟ ସଂଘ
କଟକ,(ଯୁଗାବ୍ଦ ନ୍ୟୁଜ):ପୁଣି ବିବାଦ ଘେରରେ ଛନ୍ଦିହେଲା ଆସିଲା ଓଡ଼ିଶା କ୍ରିକେଟ ସଂଘ। ଓସିଏ ଚୟନ କମିଟି ନାଁରେ ପ୍ରୀୟାପ୍ରୀତି ଅଭିଯୋଗ।ଓଡିଶା ସିନିୟର ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଆଣିଲେ ସାଂଘାତିକ ଅଭିଯୋଗ। ସିନିୟର ଚୟନ କମିଟିକୁ କଲେ ଟାର୍ଗେଟ। ଖେଳାଳି ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଲେ ସୂର୍ଯ୍ୟକାନ୍ତ।ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ। ପ୍ରତିଭା ଓ ପ୍ରଦର୍ଶନ ଥିବା ସତ୍ବେ ଟିମର ସ୍ଥାନ ମିଳୁନଥିବା ଅଭିଯୋଗ କଲେ। ନିଜ ପରିଚିତ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା। ସୂର୍ଯ୍ୟକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ପ୍ରଦର୍ଶନ ଥାଇ ମଧ୍ୟ ସୟିଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଚୟନ ହୋଇ ନଥିବା ଆଣିଲେ ଅଭିଯୋଗ। ଚୟନ କମିଟି ବ୍ୟାପକ ଅନିୟମିତତା କରି ସେମାନଙ୍କ ପିଲାଙ୍କୁ ରଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ସୂର୍ଯ୍ୟକାନ୍ତ। ୧୨ବର୍ଷର କ୍ରିକେଟ କ୍ୟାରିୟର ଓ ୬୨ ମ୍ୟାଚ ଖେଳିଛନ୍ତି ସେ। ୧୮୭ଟି ଓ୍ବିକେଟ ଓ ୧୨୮୦ ରନ୍ କରିଛନ୍ତି ଅଲରାଉଣ୍ଡର ସୂର୍ଯ୍ୟକାନ୍ତ। ବର୍ତ୍ତମାନ ଚୟନ କମିଟି ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି ଅମୀୟ ରାୟ। ଏହାସହ ୩ ଜଣ ସଦସ୍ୟ ମଧ୍ୟ ଏହି କମିଟିରେ ରହିଛନ୍ତି। ତେବେ ନିଜ କ୍ଲବରୁ ପିଲା ଆଣି ଓଡ଼ିଶା ଦଳରେ ଖେଳାଇଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟକାନ୍ତ। ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି ସେ। କାହିଁକି ନା ବିସିସିଆଇ ଘରୋଇ ସିଜିନରେ ଦୀର୍ଘ ଅନେକ ବର୍ଷ ଧରି ଖରାପ ପ୍ରଦର୍ଶନ କରି ଆସୁଛି ଓଡ଼ିଶା। ତେଣୁ ଏବେଠୁ ଓସିଏ ଚୟନ କମିଟି ଦିଗରେ ସମ୍ପାଦକ ଓ କମିଟି ଦୃଷ୍ଟି ନଦେଲେ ଓଡ଼ିଶା କ୍ରିକେଟ ନିନ୍ଦା ପରିସରଭୁକ୍ତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଓସିଏ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।