ପୁଣି ବୃଦ୍ଧି ପାଇଲା ତୈଳ ଦର

ନୂଆଦିଲ୍ଲୀ : ଦେଶରେ କ୍ରମାଗତ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୬ ପଇସା ଓ ୬୩ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିର୍ଘ ୮୨ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ବିଗତ ୧୩ ଦିନ ହେବ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଯାହା ବର୍ତ୍ତମାନର କରୋନା ସ୍ଥିତିରେ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଶୁକ୍ରବାର ଦିନ ପେଟ୍ରୋଲର ମୂଲ୍ୟ ୫୬ ପଇସା ବୃଦ୍ଧି କରାଯାଇଛି, ଏହା ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୭୮.୩୭ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଡିଜେଲ ମୂଲ୍ୟ ୬୩ ପଇସା ବୃଦ୍ଧି କରାଯାଇଥିଲା। ଏହା ପରେ ଦିଲ୍ଲୀରେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ୭୭.୦୬ ଟଙ୍କା ରହିଛି। ଓଡିଶାର ରାଜଧାନୀ ଭୁବନେଶ୍ବରରେ ଆଜିର ବର୍ଦ୍ଧିତ ଦର ଫଳରେ ପେଟ୍ରୋଲ ଲିଟର ପିଛା ୭୭.୮୯ ଏବଂ ଡିଜେଲ ୭୪.୯୩ ଟଙ୍କା ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ